Latest Odisha News

BREAKING NEWS

ରାଜ୍ୟରେ ଦ୍ଵିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ହୋଇଥିବା
ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଜଣାଯାଇଛି ।

ମୃତକଙ୍କ ଘର ପଶ୍ଚିମବଙ୍ଗ ମେଦିନ ପୁର ଠାରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ରିପୋର୍ଟରେ ପ୍ରକାଶ ।

ଏପ୍ରିଲ ୯ ରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ସେ କୋଭିଡ ମୁକ୍ତ ହୋଇଥିଲେ । ଏହାପରେ ମଧ୍ୟ ତାଙ୍କର ୨ ଥର କୋଭିଡ୧୯ ପରୀକ୍ଷଣ କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା ।

ତେବେ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିଥିବାରୁ କୋଭିଡ ମୁକ୍ତ ହେବା ସତ୍ତ୍ୱେ ମଧ୍ୟ ତାଙ୍କୁ ଡିସଚାର୍ଜ କରାଯାଇ ନଥିଲା । ଆଜି ସକାଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.