Latest Odisha News

BREAKING NEWS

ଓଡିଆ ଫିଲ୍ମ ନିର୍ମାତା ସୁଶାନ୍ତ ମିଶ୍ରଙ୍କ ‘ଜୋସେଫ’କୁ ସିଲଭର ରେମି ପୁରସ୍କାର

ଭୁବନେଶ୍ୱର : ଓଡିଆ ଫିଲ୍ମ ନିର୍ମାତା ସୁଶାନ୍ତ ମିଶ୍ରଙ୍କ ଫିଲ୍ମ ‘ଜୋସେଫ-ବର୍ଣ୍ଣ ଇନ ଗ୍ରେସ୍‌’ କୁ ସିଲଭର ରେମି ପୁରସ୍କାର ପାଇଛି । ହୋଷ୍ଟନରେ ଆୟୋଜିତ ୫୩ତମ ୱାର୍ଲ ଫେଷ୍ଟ୍ ଖ୍ରୀଷ୍ଟିଆନ ଫିଚର ଫିଲ୍ମ କାଟାଗୋରୀ ପାଇଁ ମନୋନୀତ ହୋଇଛି ।

ଉମାକାନ୍ତ ମହାପାତ୍ରଙ୍କ ଦ୍ୱାରା ଲିଖିତ କ୍ଷୁଦ୍ର ଗଳ୍ପ ‘ଜୋସେଫ’ର କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି । ଏହା ୧୯୬୦ରୁ ୧୯୮୦ ମଧ୍ୟରେ ହିମାଳୟ ପାଦ ଦେଶର ଏକ କାହାଣୀ । ଏଥିରେ ମୁଖ୍ୟ ଭୂମିକାରେ ଭିକ୍ଟର ବାନାର୍ଜୀ ଯେ କି ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ଭାବେ ଅଭିନୟ କରିଛନ୍ତି । ଅନ୍ୟ ଭୂମିକାରେ ଅନାମିକା ଗୋସ୍ୱାମୀ, ଦୀପିକା ଏଲିଜାବେଥ୍ ଲାକ୍ରା, ହେମା ନୋରିଆଲ, ସୁବ୍ରତ ଦତ୍ତ, ଦେବାଶିଷ ସାହୁ, ଗୌତମ ଚାଟାର୍ଜୀ ପ୍ରମୁଖ ଅଭିନୟ କରିଛନ୍ତି ।

ଅଶୋକ ମହାପାତ୍ର ଏହାର ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମିଶ୍ର । ଏହା ସୁଶାନ୍ତଙ୍କ ନିର୍ଦ୍ଦେଶିତ ଚତୁର୍ଥ ପିଲ୍ମ । ପୂର୍ବରୁ ୧୯୯୩ ମସିହାରେ ‘ଇନ୍ଦ୍ରଧନୁର ଚାଇ’, ୨୦୦୦ ମସିହାରେ ଓଡିଆ ଫିଲ୍ମ ବିଶ୍ୱପ୍ରକାଶ ଓ ଉଭୟ ହିନ୍ଦୀ ଓ ଓଡିଆ ଭାଷାରେ ଫିଲ୍ମ ‘ଧରିନି’ର ନିର୍ଦ୍ଦେଶନା ଦେଇଛନ୍ତି । ଯାହା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଛି ।

୨୦୧୯ ଏକାଡେମୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ୩୪୪ ଫିଚର ଫିଲ୍ମ ମଧ୍ୟରେ ସ୍ଥାନ ପାଇଥିଲା ‘ଜୋସେଫ-ବର୍ଣ୍ଣ ଇନ ଗ୍ରେସ୍‌’ ।
ଏହା ଢାକା ଇଣ୍ଟରନ୍ୟାସନାଲ ପିଲ୍ମ ଫେଷ୍ଟିଭାଲ, ଔରଙ୍ଗାବାଦ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ତୃତୀୟ ଏସୀୟ ଫିଲ୍ମ ଫେଷ୍ଟିଭାଲ, ନୂଆଦିଲ୍ଲୀ ଫିଲ୍ମ ଫେଷ୍ଟିଭାଲ ଓ ଜୟପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ପାଇଁ ମଧ୍ୟ ମନୋନୀତ ହୋଇଛି ।

Leave A Reply

Your email address will not be published.