ରାଞ୍ଚି: ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା । ଭାରତ ଆଗରେ ୨୭୯ ରନ୍ ବିଜୟ ଲକ୍ଷ୍ୟ ଥିବାବେଳେ ଭାରତ ୩ ଉଇକେଟ ହରାଇ ୨୮୨ ରନ କରି ବିଜୟଲାଭ କରିଛି । ଭାରତ ପକ୍ଷରୁ ଶ୍ରେୟସ ଆୟର ଶତକୀୟ ପାଳି ଖେଳିଥିବା ବେଳେ ଇଶାନ ୯୩ ରନ କରି ଆଉଟ ହୋଇଥିଲେ । ଆୟାର ୧୦୯ ରନ କରି ଅପରାଜିତ ରହିଥିଲେ । ଅଧିନାୟକ ଧାଓ୍ବନ ୧୩ ରନ କରି ଆଉଟ ହୋଇଥିବା ବେଳେ ଗିଲ ୨୮ ରନ କରି ଆଉଟ ହୋଇଥିଲେ । ସଂଜୁ ସାମସନ ୩୧ ରନ୍ କରିଥିଲେ ।
💯 for @ShreyasIyer15 – his second ODI ton! 🙌 🙌
The #TeamIndia vice-captain has been sensational in the chase. 💪 💪
Follow the match ▶️ https://t.co/6pFItKAJW7 #INDvSA pic.twitter.com/oTsx3OtJr2
— BCCI (@BCCI) October 9, 2022
9⃣3⃣ Runs
8⃣4⃣ Balls
4⃣ Fours
7⃣ SixesWhat a stunning knock that was from @ishankishan51! 🔥 🔥
Follow the match ▶️ https://t.co/6pFItKAJW7 #TeamIndia | #INDvSA pic.twitter.com/OZYyVrX1xG
— BCCI (@BCCI) October 9, 2022
ସାଉଥ ଆଫ୍ରିକା ପକ୍ଷରୁ ସର୍ବାଧିକ ମାର୍କରାମ ୭୯ ରନ ଏବଂ ହେଣ୍ଡରିକ୍ସ ୭୪ ରନ୍ କରିଥିଲେ । ଡି’କକ୍ ୫ ରନ୍ କରି ମହମ୍ମଦ ସିରାଜଙ୍କ ଦ୍ବାରା ଆଉଟ ହୋଇଥିଲେ । ମଲାନ୍ ୨୫ ରନ୍ କରି ଆଉଟ ହୋଇଥିବା ବେଳେ ହେନ୍ରିକ୍ କ୍ଲାସେଁ ୩୦ ରନ୍ କରି ଆଉଟ ହୋଇଥିଲେ । ୱେନ୍ ପରନେଲ ୧୬ ରନ୍ ଆଉଟ ହୋଇଥିବା ବେଳେ ମହାରାଜା ୫ ରନ କରି ଆଉଟ ହୋଇଥିଲେ । ମିଲର ୩୫ ରନ୍ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ଥିଲେ ।
ମହମ୍ମଦ ସିରାଜ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ୱାସିଂଟନ , ସହବାଜ , କୁଲଦୀପ ଓ ଶାର୍ଦ୍ଦୁଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
Comments are closed.