Latest Odisha News

BREAKING NEWS

ଆସିଲା ଦ୍ବିତୀୟ ପର୍ଯ୍ୟାୟ ଏଡିଆର ରିପୋର୍ଟ; ୩୩% ବିଧାୟକ ପ୍ରାର୍ଥୀ କୋଟିପତି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ । ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି । ଏହାରି ଭିତରେ ପ୍ରକାଶ ପାଇଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ଏଡିଆର ରିପୋର୍ଟ ।

ଯେଉଁଥିରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି । ୪ ପ୍ରାର୍ଥୀଙ୍କ ନାଁରେ ଅଛି ହତ୍ୟା ମାମଲା ।୨୬ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ । ୨୮ ଜଣଙ୍କ ନାଁରେ ମହିଳା ହିଂସା ମାମଲା । ଏମିତିକି ଜଣେ ପ୍ରାର୍ଥୀଙ୍କ ନାଁରେ ଦୁଷ୍କର୍ମ ମାମଲା ବି ରହିଛି ।

୩୩ ପ୍ରତିଶତ କୋଟିପତି ବିଧାୟକ ପ୍ରାର୍ଥୀ ଭିତରେ ସବୁଠୁ ଧନୀ ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ । ସନାତନ ମହାକୁଡ଼ଙ୍କ ପାଖରେ ମୋଟ ୨୨୭ କୋଟି ୬୭ ଲକ୍ଷ ମୂଲ୍ୟର ସଂପତ୍ତି ରହିଛି । ଏହାପରେ ଦ୍ବିତୀୟ ବଡ଼ ଧନୀ ଘଷିପୁରାର ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ସୌମ୍ୟଙ୍କ ମୋଟ ସଂପତ୍ତି ପରିମାଣ ୧୨୨ କୋଟି ୮୬ ଲକ୍ଷ ।ନୟାଗଡ଼ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ତୃତୀୟ ସର୍ବାଧିକ ଧନୀ । ତାଙ୍କର ମୋଟ ସଂପତ୍ତି ପରିମାଣ ୧୨୦ କୋଟି ୫୬ ଲକ୍ଷ ।

ତେବେ ଆସନ୍ତା ୨୦ ଅର୍ଥାତ୍ ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସେନେଇ ଆଜି ସରୁଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ଆଜି ସଂଧ୍ୟାରେ ଏହା ଶେଷ ହେବ । ୫ ଲୋକସଭା ଆସନ ଭିତରେ ରହିଛି ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ । ସେହିପରି ୩୫ ବିଧାନସଭା ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜୁଏଲ ଓରାମ, ନିରଂଜନ ପୁଜାରୀ, ଦିଲ୍ଲୀପ ରାୟ, ପ୍ରଦୀପ ଅମାତ, ସଂଗୀତା ସିଂଦେଓ, ସୁରେଶ ପୁଜାରୀ, ଦିଲ୍ଲୀପ ତିର୍କୀ, ସୁଶାନ୍ତ ସିଂହ, କନକ ବର୍ଦ୍ଧନ ସିଂହଦେଓ ଭଳି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

Comments are closed.