Latest Odisha News

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ୧୦୭/୩

କାନପୁର: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବାଂଲାଦେଶ ୩ ୱିକେଟ ହରାଇ ୧୦୭ ରନ ସଂଗ୍ରହ କରିଛି । ବର୍ଷା ଯୋଗୁ ୩୫ ଓଭର ଖେଳ ଖେଳାଯିବା ସମ୍ଭବପର ହୋଇଥିଲା । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୋମିନୁଲ ହକ ୪୦ ଓ ମୁସଫିକର ରହିମ ୬ ରନ କରି ଅପରାଜିତ ରହିଛନ୍ତି । ଶଦମାନ ଇସଲାମ(୨୪), ଜାକିର ହାସନ(୦) ଓ ନାଜମୁଲ ହୋସେନ ସାନ୍ତୋ ୩୧ ରନ କରିଥିଲେ । ଆକାଶଦୀପ ୨ଟି ଓ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ୨ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ରହିଛି ।

ଟସ ଜିତି ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ ନେବା ପାଇଁ ସ୍ଥିର କରିcଥିଲେ । ବର୍ଷା ଏବଂ ଖରାପ ଆଲୋକ ଯୋଗୁ ଦ୍ୱିତୀୟ ସେଶନ ପରେ ଆଉ ମ୍ୟାଚ ଖେଳାଯାଇ ପାରି ନ ଥିଲା । ଭାରତ ଏହି ମ୍ୟାଚ ପାଇଁ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନ ଥିଲା । ଅପରପକ୍ଷରେ ବାଂଲାଦେଶ ୨ଟି ପରିବର୍ତନ କରିଥିଲା ।

Leave A Reply

Your email address will not be published.