Latest Odisha News

BREAKING NEWS

ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରାଏଲ୍‌ ରନ୍‌

ରାଉରକେଲା: ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ପୂର୍ଣ୍ଣ ଟ୍ରାଏଲ ରନ୍ ହେବ। ଏହା ସକାଳ ୫ଟାରେ ପୁରୀରୁ ବାହାରି ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଏବେଠାରୁ ମାତ୍ର ୭ ଘଣ୍ଟା ୪୫ ମିନିଟରେ ପୁରୀରୁ ଯାଇ ହେବ ରାଉରକେଲା।

ପୁରୀ-ରାଉର‌କେଲା‌ ମଧ୍ୟରେ ମୋଟ ୧୦ଟି ଷ୍ଟେସନ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଓ ଶେଷରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର। ଟ୍ରାଏଲ ରନ୍‌ ବେଳେ ଟ୍ରେନ୍‌ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ପୁରୀ-ତାଳଚେର ରୋଡ ମଧ୍ୟରେ ପ୍ରଥମ ଟ୍ରାଏଲ ରନ୍‌ ହୋଇଥିଲା। ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଏହି ଟ୍ରେନ୍ ରହିଥିଲା। ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରିଥିବା ବେଳେ ଦିନ ୧୨ଟା ୩୦ରେ ତାଳଚେରରେ ଟ୍ରେନ୍ ପହଞ୍ଚିଥିଲା।

Comments are closed.