Latest Odisha News

ଟେଣ୍ଡର ଫିକ୍ସିଂ ମାମଲାରେ ୩ ଜଣକୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଟେଣ୍ଡର ଫିକ୍ସିଂ ମାମଲାରେ ରାଜଧାନୀରୁ ଦାମୀ ମୂଲ୍ଯବାନ ଗାଡ଼ି ଜବତ ହେବାର ଗୋଟିଏ ଦିନ ପରେ ୩ ଜଣ ଗିରଫ ହୋଇଛନ୍ତି।

୩ ଜଣକ ମଧ୍ୟରେ ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଗିରଫ। ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫ ରହିଛନ୍ତି। ଦେବଦତ୍ତଙ୍କ ଘରୁ ରେଡ୍‌ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ।

ସୂଚନାଯୋଗ୍ୟ, ଗତକାଲି ହୋଟେଲ୍ ମେ’ ଫେୟାର ପାର୍କିଂରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ କରିଥିଲା ସିବିଆଇ । ବହୁ ମୂଲ୍ୟର ମର୍ସିଡିଜ୍ କାରରେ ବସି ଡିଲ୍ ପାଇଁ ଅପେକ୍ଷା କରିଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଆଦିତ୍ୟ ମହାପାତ୍ର ଏବଂ ତାଙ୍କର ସହଯୋଗୀଙ୍କୁ ଧରିଥିଲା ସିବିଆଇ । ଏହାପରେ ଡିଲ୍ ପାଇଁ ଆସିଥିବା ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଧରିଥିଲା ସିବିଆଇ । ଏନେଇ ତଦନ୍ତ ଜାରି ରହିଥିବା ବେଳେ କେଉଁ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି ସେ ନେଇ ଛାନ୍ ଭିନ୍ ଜାରି ରଖିଛି ସିବିଆଇ ।

Comments are closed.