Latest Odisha News

BREAKING NEWS

ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଇମ୍ଫାଲ: ମଣିପୁରରେ ସେନା ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆଇଡି ବିସ୍ଫୋରଣ କରିବା ସହ ଗୁଳି ଚଳାଇଥିଲେ । ଏହି ଘଟଣାରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଇମ୍ଫାଲଠାରୁ ୯୫କିଲୋମିଟର ଦୂରରେ ଥିବା ଚନ୍ଦେଲ ଜିଲ୍ଲାରେ ଏହି ଘଟଣା ଘଟିଛି । ସୂତ୍ରରୁ ପ୍ରକାଶ ଯେ, ମଣିପୁରର ସ୍ଥାନୀୟ ଆତଙ୍କବାଦୀ ଗୋଷ୍ଠୀ ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ କରିଛି ।

ଏହି ଘଟଣା ପରେ ଆତଙ୍କବାଦୀଙ୍କ ସନ୍ଧାନ ପାଇଁ ସେନା ଦ୍ୱାରା ସର୍ଚ୍ଚ ଅପରେସନ ଚାଲୁ ରହିଛି। ଏହା ସହ ଭାରତ-ମିଆଁମାର ସୀମାରେ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି । ଆହତ ଯବାନଙ୍କୁ ଇମ୍ଫାଲ ପଶ୍ଚିମ ଜିଲ୍ଲାର ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.