ବ୍ରହ୍ମପୁର: ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସଓଡିଏଲ୍)ର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଜା ସୂଚନା ମିଳିବା ସୁଦ୍ଧା ତାଙ୍କ ପାଖରେ ୯ଟି ପ୍ଲଟ୍, ଗୋଟିଏ ଫାର୍ମ ହାଉସ, ଗୋଟିଏ ଫ୍ଲାଟ୍, ୩ଟି ବହୁତାଳ କୋଠା ସହିତ ଅମାପ ସମ୍ପତ୍ତି ମିଳିଛି।
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ପୁରୀ ଏବଂ ଗଞ୍ଜାମ ଜିଲାର ୧୦ଟି ସ୍ଥାନରେ ଚଢ଼ଉ ଚାଲିଛି। ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୩ଜଣ ଡିଏସପି, ୧୨ଜଣ ଇନ୍ସପେକ୍ଟର ଏବଂ ୧୨ଜଣ ଏସଆଇ ଏବଂ ଏଏସଆଇ ସାମିଲ ହୋଇଛନ୍ତି। ତାଙ୍କ ପାଖରୁ ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ୨୪୯୦ ବର୍ଗଫୁଟର ଗୋଟିଏ ତିନି ମହଲା କୋଠା, ଗୋପାଳପୁର ନିକଟସ୍ଥ ହରିପୁରରେ ୨୪ଶହ ବର୍ଗଫୁଟର ଗୋଟିଏ ଦୁଇ ମହଲା କୋଠା, ବ୍ରହ୍ମପୁର ଆଙ୍କୁଲିର ଶଶିଭୂଷଣ ନଗର ତୃତୀୟ ଲେନରେ ଗୋଟିଏ ଦୁଇ ମହମଲା କୋଠା, ପୁରୀର ପିପିଲି ଟୋଲଗେଟ୍ ପାଖରେ ଗୋଟିଏ ପ୍ଲଟ୍ ଏବଂ ବ୍ରହ୍ମପୁର ସହର ଉପକଣ୍ଠ ଗଉଞ୍ଜୁରେ ୧ଏକର ୦୫ ଡିସିମଲର ଗୋଟିଏ ଫାର୍ମ ହାଉସ ମିଳିଛି। ଏଥି ସହିତ ୯ଟି ପ୍ଲଟ୍ ବ୍ରହ୍ମପୁର ଏବଂ ଛତ୍ରପୁର ସହର ଆଖାପାଖରେ ମିଳିଛି। ଏତଦ୍ ବ୍ୟତିତ ତାଙ୍କ ପାଖରୁ ୫୫ହଜାର ଟଙ୍କାର ନଗଦ, ଗୋଟିଏ ଚାରି ଚକିଆ କାର୍, ଗୋଟିଏ ତିନି ଚକିଆ ଯାନ, ୩ଟି ଦୁଇ ଚକିଆ ଯାନ ଏବଂ ବ୍ୟାଙ୍କ ଓ ବୀମାରେ ଅନେକ ଟଙ୍କା ଜମା ହୋଇଛି। ତଦନ୍ତ ଚାଲିଥିବା ଯୋଗୁ ମୋଟ ସମ୍ପତ୍ତିର ଆକଳନ ଜାରି ରହିଥିବା ଭିଜିଲାନ୍ସ ତରଫରୁ ସୂଚନା ମିଳିଛି।
BREAKING NEWS
- ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଗଡିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସ୍ ସ୍କ୍ରାପିଂ କରାଯିବ
- Assassination of Donald Trump: “ଏଥର ଗୁଳି ସିଧା ଲକ୍ଷ୍ୟରେ…”, ଟ୍ରମ୍ପଙ୍କୁ ହତ୍ୟା ଧମକ ଦେଲା ଇରାନ
- ଇଡି ଚଢଉକୁ ନେଇ ଟିଏମସି ଆବେଦନ ହାଇକୋର୍ଟରେ ଖାରଜ
- ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଲା ଇରାନ, ଆକାଶରେ ଉଡୁଥିଲା ଇଣ୍ଡିଗୋ ବିମାନ, ଆସୁଥିଲା ଦିଲ୍ଲୀ… ଜାଣନ୍ତୁ ତା ପରେ କ’ଣ ହେଲା…
- ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ ନେଲା ଏନଏଚଆରସି
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
- NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ
- US Suspended Visa: ରୁଷ ଏବଂ ଇରାନ ସମେତ ଏହି ୭୫ ଟି ଦେଶର ଲୋକ ଯାଇପାରିବେନି ଆମେରିକା, ଭିସା ଉପରେ ଲାଗିଲା ରୋକ୍…
- Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ
- US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ
Comments are closed.