Latest Odisha News

ଜିମ୍ବାୱେ ବିପକ୍ଷ ସିରିଜର ପ୍ରଥମ ୨ଟି ମ୍ୟାଚ ଖେଳିବେନି ସାମସନ, ଦୁବେ ଓ ଯଶସ୍ୱୀ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଏବେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ପାଇଁ ଜିମ୍ବାୱେ ଗସ୍ତରେ ଯାଇଛି । ୬ ଜୁଲାଇରୁ ଏହି ସିରିଜ ଆରମ୍ଭ ହେବ । ଏହି ସିରିଜ ପାଇଁ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳ ଘୋଷଣା କରାଯାଇଥିଲେ ମଧ୍ୟ ଏବେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଛି । ପ୍ରଥମ ୨ଟି ମ୍ୟାଚରେ ସଞ୍ଜୁ ସାମସନ, ଶିବମ ଦୁବେ ଓ ଯଶସ୍ୱୀ ଜୈସୱାଲ ଖେଳିବେନି । ସେମାନଙ୍କ ସ୍ଥାନରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣାଙ୍କୁ ସୁଯୋଗ ପ୍ରଦାନ କରାଯାଇଛି । ଜୋ ବୋରେଲ ବାତ୍ୟା ଯୋଗୁ ଟି୨୦ ବିଶ୍ୱ ଚାମ୍ପିୟନ ଭାରତୀୟ ଦଳ ଏବେ ବାର୍ବାଡୋସରେ ଫସି ରହିଛନ୍ତି ।

ଏହି ଟିମରେ କେତେକ ଖେଳାଳି ଥିବାରୁ ବିସିସିଆଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଭାରତ ଆସିବା ପରେ ସେମାନେ ଜିମ୍ବାୱେ ଗସ୍ତରେ ଯିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି ।
ଭାରତୀୟ ଟିମ: ଶୁଭମନ ଗିଲ (ଅଧିନାୟକ), ରିତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ଧ୍ରୁବ ଜୁରେଲ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋଇ, ଆଭେଶ ଖାଁ, ଖଲୀଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ସାଇ ସୁଦର୍ଶନ, ଜିତେଶ ଶର୍ମା ଓ ହର୍ଷିତ ରାଣା ।

Leave A Reply

Your email address will not be published.