ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଶିଳ୍ପାଞ୍ଚଳର କୁମାରବସ୍ତ ମଙ୍ଗରାଜ ସାହିରେ ଗୁରୁବାର ଦିନ ଏକ ଘର ଭିତରେ ବିସ୍ଫୋରଣ ହେବାରୁ ତିନି ଜଣ ପିଲା ଗୁରୁତର ହୋଇଛନ୍ତି।
ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।
ତେବେ ବିସ୍ଫୋରଣର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ।ଘଟଣାସ୍ଥଳରୁ କିଛି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।
ପରିବାର ସଦସ୍ୟଙ୍କ କହିବାନୁସାରେ ଗତକାଲି ରାତିରେ ମହା ଶିବରାତ୍ରି ଅବସରରେ ସ୍ଥାନୀୟ ଶିବ ମନ୍ଦିର ଉପରୁ ମହାଦୀପ ଉଠାଇବା ସମୟରେ ପିଲାମାନେ କିଛି ଫୋଟକା କିଣିଥିଲେ। ସେହି ଫୋଟକା ମଧ୍ୟରୁ କିଛି ଘରେ ଗଚ୍ଛିତ କରି ରଖିଥିଲେ। ତେବେ ଆଜି ସକାଳେ ସେଗୁଡିକ ବିସ୍ଫୋରଣ ହୋଇଥିବା ସନ୍ଦେହ କରିଛନ୍ତି।
Comments are closed.