Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପଡ଼ିଥିବା ୩ ସରକାରୀ ବାବୁ ଗିରଫ, ସାଢ଼େ ୨୨ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଗତକାଲି ବିପୁଳ ପରିମାଣର ଟଙ୍କା ସହ ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ, ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଓ ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ରଙ୍କୁ ଗିରଫ କରାଯାଇଛି । ରେଡ୍ ବେଳେ ସେମାନଙ୍କ ନିକଟରୁ ମୋଟ୍ ୨୨ଲକ୍ଷ ୬୧ହଜାର ୪୩୦ ଟଙ୍କା ଜବତ ହୋଇଛି ।

ବୈତରଣୀ ଜଳ ସମ୍ପଦ ବିଭାଗ ବିଧାନସ ସାହୁ ଗତକାଲି ଯାଜପୁର ଏନସି କଲେଜ ରୋଡରୁ ୧୦ଲକ୍ଷରୁ ଅଧିକ ଟଙ୍କା ସହ ଧରାପଡ଼ିଥିଲେ । ଏହାପରେ ତାଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଏତିକିବେଳେ ୬୪ହଜାର ଟଙ୍କା ଜବତ ହୋଇଛି ।

ସେହିପରି ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କ ପାଖରୁ ଗତକାଲି ଜବତ ହୋଇଥିଲା ୮୯ ହଜାର ଟଙ୍କା । ରେଡ୍ ବେଳେ ତାଙ୍କ ଘରୁ ଭିଜିଲାନ୍ସ ୯ଲକ୍ଷ ୨୫ହଜାର ଟଙ୍କା ଜବତ କରିଛି । ନରୋତ୍ତମଙ୍କ ପାଖରୁ ମୋଟ୍ ୧୦ଲକ୍ଷ ୧୪ ହଜାର ଟଙ୍କା ମିଳିଛି ।

ଅନ୍ୟପଟେ ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ରଙ୍କ ପାଖରୁ ଭିଜିଲାନ୍ସ ଟିମ୍ ଜବତ କରିଛି ମୋଟ୍ ୧ଲକ୍ଷ ୭୫ହଜାର ୮୧୦ ଟଙ୍କା । ଗତକାଲି ରାଉରକେଲାରୁ ଆସିବା ବେଳେ ତାଙ୍କୁ ଭୁବନେଶ୍ୱରରୁ ଧରିଥିଲା ଭିଜିଲାନ୍ସ । ୩ ଅଫିସରଙ୍କ ଘରେ ଭିଜିଲାନ୍ସର ୭ଟି ଟିମ୍ ରେଡ୍ କରିଥିଲେ ।

Leave A Reply

Your email address will not be published.