Latest Odisha News

ଦୁର୍ଘଟଣା ଗ୍ରସ୍ତ ହେଲା କୋଷ୍ଟଗାର୍ଡ ହେଲିକପ୍ଟର: ୩ ନିଖୋଜ

ପୋରବନ୍ଦର: ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଗୁରୁରାଟ ପୋରବନ୍ଦର ଉପକୂଳ ଆରବ ସାଗରରେ ଜରୁରୀ ଅବତରଣ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ଜଣ ନିଖୋଜ ଥିବା ବେଳେ ଜଣେ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ତେବେ ଏକ ଧ୍ରୁବ ହେଲିକପ୍ଟର ଗୁଜୁରାଟରେ ବନ୍ୟା ବିତ୍ପାତ କାରଣରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଓ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାରେ ନିୟୋଜିତ ହୋଇଥିଲା । ହେଲେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପୋରବନ୍ଦର ପାଖରେ ଆରବିଆନ ସମୁଦ୍ରରେ ଜରୁରୀକାଳୀନ ଅବତରଣ କରୁଥିଲା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ୩ ଜଣ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ତେବେ କହିରଖୁଛୁ, ଗୁଜରାଟ ବାତ୍ୟାରେ ୬୭ ଜଣଙ୍କୁ ଉଦ୍ଧାର କରିଥିଲା ଏହି ହେଲିକପ୍ଚର ।

Comments are closed.