Latest Odisha News

BREAKING NEWS

ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୩ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ଵର: ବ୍ୟାପୁଛି କରୋନା । ପୂର୍ବରୁ ବାଲେଶ୍ବର ଏସ୍‌ପିଙ୍କ କାର୍ଯ୍ୟାଳୟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୩ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୩ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା‌ଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି କାର୍ଯ୍ୟାଳୟର ୨ ପିଅନ ଓ ଜଣେ ଷ୍ଟେନୋ । ଏହାପରେ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କିମ୍ବା କାର୍ଯ୍ୟାଳୟ ସଟଡାଉନ୍‌ କରିବାକୁ କୌଣସି ନିଷ୍ପତ୍ତି ନିଆଯାଇଛି ନାହିଁ । କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ତୁରନ୍ତ ସେମାନଙ୍କର ନୁମନା ପରୀକ୍ଷା କରାଇବା ପାଇଁ ଦାବି କରିଥିବା ଜଣାପଡିଛି ।

Leave A Reply

Your email address will not be published.