Latest Odisha News

BREAKING NEWS

ସରିଲା ‘ସାଥିଆ ପ୍ରଶିକ୍ଷଣ’ : କିଶୋର ଯୌନ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ

କଳିଙ୍ଗନଗର : ସରିଲା ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାେଉଣ୍ଡସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ ‘ସାଥିଆ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର  ଯୌନ ସ୍ୱାସ୍ଥ୍ୟ ବିଷୟରେ ସେଚତନତା ସୃଷ୍ଟି କରିବାକୁ ଇଚ୍ଛୁକ ଥିବା ସ୍ଥାନୀୟ ଯୁବବର୍ଗଙ୍କୁ ନେଇ ଗଠିତ ସାଥିଆମାନଙ୍କ ପାଇଁ ଆୟୋଜନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦାଗଡ଼, ଅମ୍ପେଲାବା ଓ ସନସାଇଲୋ ଗ୍ରାମ ପଞ୍ଚାୟତର ୩୫ ଜଣ କିଶୋର ଓ କିଶୋରୀ ଅଂଶଗ୍ରହଣ କରିଥିଲେ । ସହକର୍ମୀଙ୍କ ମଧ୍ୟରେ ବାତାବରଣ ସୃଷ୍ଟି କରି ସେମାନଙ୍କ ଅଞ୍ଚଳରେ ବାଲ୍ୟ ବିବାହ ହ୍ରାସ କରିବାରେ ସକ୍ଷମ କରିବା ପାଇଁ ସାଥିଆମାନଙ୍କୁ ଟିଏସଏଫ ଦ୍ୱାରା ପ୍ରସ୍ତୁତ କରାଯାଏ ।

ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ରେକ୍ସୋନା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ନିରଞ୍ଜନ କର, କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ (ଡବ୍ଲୁଇଓ) ଶ୍ୱେତାଲିନା ରଥ, ସୁକିନ୍ଦା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ନମ୍ରତା ମୋଦୀ ଓ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥେôଲ । ଏପରିି ପଦକ୍ଷେପକୁ ପ୍ରଶଂସା କରି ଗ୍ରାମ୍ୟସ୍ତରରେ ଜ୍ଞାନର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ଅତିଥିମାନେ ସାଥିଆମାନଙ୍କ ସମପର୍ଣକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ସାଥୀଆଙ୍କ ନେତୃତ୍ୱଗୁଣ, ଯୋଗାଯୋଗ ଦକ୍ଷତା, ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ । ଯାହା ଦ୍ୱାରା ସେମାନେ ସାମାଜିକ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ସମିତି (ଭିଏଲସିପିସି)ର ସାଥିଆମାନଙ୍କ ଅଂଶଗ୍ରହଣ ଏବଂ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇବାରେ ସାହାଯ୍ୟ କରିବା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ।

ଏହି ପ୍ରଶିକ୍ଷଣ ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆରେକଏସେକ) ମଡ୍ୟୁଲ ଉପରେ ଆଧାରିତ ଥିଲା । ଯେଉଁଥିରେ କିଶୋର ଅବସ୍ଥାରେ ପରିବର୍ତ୍ତନ, ପ୍ରଜନନ ଅଙ୍ଗ, ଋତୁସ୍ରାବ ସ୍ୱଚ୍ଛତା, କମ୍ ବୟସରେ ବିବାହ ଏବଂ କିଶୋର ଗର୍ଭଧାରଣର ପରିଣାମ, ଲିଙ୍ଗଗତ ସମାନତା, ସୁରକ୍ଷିତ ଗର୍ଭପାତ, ପରିବାର ନିୟୋଜନ, ଆରଟିଆଇ/ଏସଟିଆଇ ଏବଂ ଏଚଆଇଭି/ଏଡ୍‌ସ ସହକର୍ମୀଙ୍କ ଚାପ, ନିଶା ଏବଂ କିଶୋର ଅବସ୍ଥାରେ ପୋଷଣ ଇତ୍ୟାଦି ବିଷୟ ଅନ୍ତର୍ଭୁକ୍ତ ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ଦିନରେ ଅଂଶଗ୍ରହଣକାରୀମାନଙ୍କୁ ପ୍ରଜନନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସାମଗ୍ରୀ ସମ୍ବଳିତ ‘ସାଥିଆ କିଟ୍‌’ ବଂଟନ କରାଯାଇଥିଲା । ପ୍ରୋଜେକ୍ଟ ରିସ୍ତା ହେଉଛି ଏକ ଗୋଷ୍ଠୀଭିତ୍ତିକ ଏବଂ ଯୁବ ନେତୃତ୍ୱାଧୀନ କାର୍ଯ୍ୟକ୍ରମ ଯାହା ଗ୍ରାମୀଣ ଅଂଚଳରେ କମ୍ ବୟସର ବିବାହକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ବାଲ୍ୟ ବିବାହ ନିବାରଣ, କିଶୋର ପ୍ରଜନନ ଯୌନ ସ୍ୱାସ୍ଥ୍ୟ (ଏଆରଏସ୍‌ଏଚ୍‌) ଶିକ୍ଷା ଏବଂ ଯୁବ ବିକାଶ ସୁଯୋଗ ଉପରେ ଯୁବବଗର୍ମାନଙ୍କୁ ପରାମର୍ଶ ଦେବା ପାଇଁ ଏହି କାର୍ଯ୍ୟକ୍ରମରେ ସାଥିଆମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

Comments are closed.