ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ଗାଡ଼ି ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଗରୁତର ହୋଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ନବରଙ୍ଗପୁର ଠାରୁ ନିର୍ବାଚନ ପାଇଁ ଏକ ପୋଲିସ ଭେନ ୪୫ ଜଣ ଗ୍ରାମରକ୍ଷୀଙ୍କୁ ନେଇ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ବେଳେ ସୋରିଷ ପଦର ନିକଟରେ ଭେନଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ଅନ୍ୟ ୩୦ ଜଣ ଗ୍ରାମରକ୍ଷୀ ଆହତ ହୋଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ପାପଡାହାଣ୍ଡି ଓ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରିନାହିଁ ।
ଦୁର୍ଘଟଣା ଘଟିଥିବା ସ୍ଥାନକୁ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ପହଞ୍ଚି ଥିଲେ । ଅତିରିକ୍ତ ଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାର ମଧ୍ୟ ଗୁରୁତରଙ୍କ ଅବସ୍ଥା ଦେଖିବା ପାଇଁ ମେଡିକାଲକୁ ପହଞ୍ଚିଥିବା ଜଣାପଡ଼ିଛି ।
Comments are closed.