Latest Odisha News

BREAKING NEWS

ନାଳରେ ଫସିଲେ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ବଡମ୍ବା: ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ । ବଡ଼ମ୍ବା ବନାଞ୍ଚଳ ବେଲିଆପାଡ଼ କିମ୍ଭିରୀ ନାଳରେ ଫସିଛନ୍ତି ହାତୀ । ହାତୀ ମାନଙ୍କ ମଧ୍ୟରୁ ୨ଟି ଦନ୍ତା ଓ ଗୋଟିଏ ମାଈ ହାତୀ ଅଛନ୍ତି । ହାତୀ ମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଚାଲିଛି ।

ସୂଚନା ଅନୁସାରେ, ପାଣି ପିଇବା ପାଇଁ ୩ ଟି ହାତୀ କିମ୍ଭିରୀ ନାଳକୁ ଆସିଥିଲେ । ନାଳରେ ଥିବା ପଙ୍କରେ ସେହି ହାତୀ ମାନେ ଫସିଯିବାରୁ ଆଉ ବାହାରକୁ ବାହାରି ପାରିନଥିଲେ । ହାତୀ ମାନଙ୍କୁ ଉଦ୍ଧାର ପାଇଁ ସଙ୍ଗେ ସଙ୍ଗେ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ସମସ୍ତେ ପହଞ୍ଚି ହାତୀ ମାନଙ୍କୁ ଉଦ୍ଧାର କରିବାର ଉଦ୍ୟମ ଚାଲିଛି ।

Leave A Reply

Your email address will not be published.