Latest Odisha News

BREAKING NEWS

ଅକ୍ଟୋପସ୍‌ର ୩ ହୃତ୍‌ପିଣ୍ଡ

ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍‌ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍‌ପିଣ୍ଡ (ହାର୍ଟ) ଥିବା ସହିତ ୯ଟି ମସ୍ତିଷ୍କ ରହିଛି। ଅକ୍ଟୋପସ୍‌ ହେଉଛି ବିଶ୍ୱର ଏକମାତ୍ର ଜୀବ ଯାହା ପାଖରେ ଏସବୁ ଅଛି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଅକ୍ଟୋପସ୍‌ର ୩ଟି ହୃତ୍‌ପିଣ୍ଡ ଅଲଗା ଅଲଗା ରହିଥାଏ। ତା’ର ଗୋଟିଏ ହୃଦୟକୁ ସିଷ୍ଟେମିକ୍‌ କୁହାଯାଏ।

ଯାହା ଶରୀରରେ ରକ୍ତ ଜରିଆରେ ଅମ୍ଳଜାନ ପହଞ୍ଚାଇବାରେ ସାହାଯ୍ୟ କରେ। ଅନ୍ୟ ଦୁଇଟିକୁ ବ୍ରାଞ୍ଚିୟାଲ କୁହାଯାଏ। ଯାହା ଶରୀରରୁ ରକ୍ତ ସଂଗ୍ରହ କରି ତାକୁ ସଫା କରିଥାଏ। ଏହି ପ୍ରକ୍ରିୟାରେ ଅକ୍ଟୋପସ୍‌ ଶରୀରରେ ପୁନଃ ରକ୍ତ ସଞ୍ଚାଳିତ ହୁଏ। ରକ୍ତ କୋଷିକାରେ ପ୍ରୋଟିନ ରହିବା କାରଣରୁ ସେମାନଙ୍କ ରକ୍ତର ରଙ୍ଗ ନୀଳ ହୋଇଥାଏ। ଏମାନଙ୍କ ପାଖରେ ୯ଟି ମସ୍ତିଷ୍କ ରହିଛି। ଏଥି ମଧ୍ୟରୁ ଗୋଟି ମୁଖ୍ୟ ହୋଇଥିବାବେଳେ ଅନ୍ୟ ୮ଟି ସହାୟକ ମସ୍ତିଷ୍କ ହୋଇଥାଏ। ଏହି ୮ଟି ମସ୍ତିଷ୍କ ତାଙ୍କ ଗୋଡ଼ରେ ରହିଥାଏ। ଅକ୍ଟୋପସ୍‌ ତା’ ଗୋଡ଼ ସଞ୍ଚାଳନ ଏହି ୮ଟି ମସ୍ତିଷ୍କ ଜରିଆରେ କରିଥାଏ। ରିପୋର୍ଟ ମୁତାବକ, ଏମାନେ ଗଭୀର ସମୁଦ୍ରରେ ରହିଥାନ୍ତି। ସମସ୍ତ ରଙ୍ଗକୁ ଠିକ୍‌ରେ ଏମାନେ ଚିହ୍ନଟ କରିପାରନ୍ତିନି। ହେଲେ ସେମାନଙ୍କ ଆଖପାଖରେ ଯଦି କିଛି ବିପଦ ଥାଏ, ତାହାକୁ ସେ ୦.୩ ସେକେଣ୍ଡରୁ ବି କମ୍‌ ସମୟରେ ଜାଣି ପାରି ନିଜ ଶରୀରର ରଙ୍ଗ ବଦଳାଇଥାନ୍ତି।

Comments are closed.