Latest Odisha News

BREAKING NEWS

ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ଆସିବେ ପରଦାକୁ

ମୁମ୍ବାଇ: ଅମୀର ଖାଁ ଅଭିନୀତ ଓ ରାଜକୁମାର ହିରାନୀ ନିର୍ଦ୍ଦେଶିତ ଥ୍ରୀ ଇଡିଏଟ୍ସର ସୀକ୍ୱେଲକୁ ନେଇ ବେଶ କିଛି ଦିନ ହେବ ଖବର ପ୍ରକାଶ ପାଇ ଆସୁଛି । ନୂତନ ରିପୋର୍ଟ ଅନୁସାରେ ଫିଲ୍ମମେକର୍ସ ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ପରଦାକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ଏହାର ସ୍କ୍ରିପ୍ଟ ଚୂଡାନ୍ତ ହୋଇସାରିଛି । ୨୦୨୬ରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି ।

ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ସୀକ୍ୱେଲର ଟାଇଟଲ ୪ ଇଡିଏଟ୍ସ ରହିବ । ୪ର୍ଥ ଇଡିଏଟ ପାଇଁ ଏକ ଭଲ ଷ୍ଟାର ଖୋଜା ଚାଲିଛି । ଯିଏକି ଫିଲ୍ମକୁ ଆଗକୁ ବଢ଼ାଇବ । ଏହା ଫାଇନାଲ ହେବା ପରେ ଅନ୍ୟ ଷ୍ଟାର କାଷ୍ଟ ଚୟନ କରାଯିବ । ଥ୍ରୀ ଇଡିଏଟ୍ସ ବଲିଉଡର ଏକ ଚର୍ଚ୍ଚିତ ଫିଲ୍ମ ମଧ୍ୟରେ ପରିଗଣିତ । ଦର୍ଶକମାନେ ଏବେ ବି ଏହି ଫିଲ୍ମକୁ ପସନ୍ଦ କରୁଛନ୍ତି । ୨୦୦୯ରେ ରିଲିଜ ଏହି ଫିଲ୍ମରେ  ଅମୀର ଖାଁ, ଆର.ମାଧବନ ଓ ଶ୍ରମଣ ଯୋଶୀଙ୍କ ଅଭିନୟ ଏବେ ବି ମନରୁ ଲିଭି ନାହିଁ ।

Leave A Reply

Your email address will not be published.