Latest Odisha News

IED Blast: ଆଇଇଡି ବିସ୍ଫୋରଣରେ ୩ ଜଣ ଯବାନ ଆହତ

ରାୟପୁର:ଗତ ରବିବାର (ଜାନୁଆରୀ ୨୫) ଦିନ ବିଜାପୁରର କରେଗୁଟ୍ଟା ପାହାଡ଼ରେ ଏକ IED ବିସ୍ଫୋରଣରେ ଅତି କମରେ ତିନି ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ବିଜାପୁର ପୋଲିସର ସୂଚନା ଅନୁଯାୟୀ ସମସ୍ତ ଆହତ ଯବାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ରାୟପୁରକୁ ବିମାନ ଯୋଗେ ପଠାଯାଇଥିଲା। ସମସ୍ତ ଆହତ ଯବାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ବରିଷ୍ଠ ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା କରେଗୁଟ୍ଟା ପାହାଡ଼ରେ ଘଟିଛି। ପୋଲିସ କ୍ୟାମ୍ପର ଯବାନ ବିଜାପୁରର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିଲେ। ସର୍ଚ୍ଚ ଅପରେସନ୍ ସମୟରେ, ମାଓବାଦୀମାନଙ୍କ ଦ୍ୱାରା ଲଗାଯାଇଥିବା ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବ୍ଲାାଷ୍ଟ ହେବାରୁ ତିନି ଜଣ ସୁରକ୍ଷ କର୍ମୀ ଆହତ ହୋଇଥିଲେ।

ଆହତ CoBRA ଯବାନ ରୁଦ୍ରେଶ ସିଂହ ୨୧୦ତମ ବାଟାଲିୟନରେ ଜଣେ ସବ-ଇନ୍ସପେକ୍ଟର। ଅଧିକାରୀ କହିଛନ୍ତି ଯେ ରୁଦ୍ରେଶ ସିଂହ ଏବଂ ଦୁଇ ଜଣ ଡିଆରଜି କର୍ମଚାରୀଙ୍କ ଗୋଡ ଏବଂ ଆଖିରେ ପେଲେଟ୍ ରେ ଆଘାତ ଲାଗିଛି ।

Comments are closed.