ଶ୍ରୀନଗର: ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ସେନା ଟ୍ରକ ୭୦୦ ଫୁଟ ତଳକୁ ଖସିପଡ଼ିବାରୁ ତିନି ଜଣ ସୈନିକ ସହିଦ ହୋଇଛନ୍ତି।
ଅଧିକାରୀମାନଙ୍କ କହିବାନୁଯାୟୀ, ଦୁର୍ଘଟଣାଟି ସକାଳ ୧୧:୩୦ ସମୟରେ ଜାତୀୟ ରାଜପଥ-୪୪ର ବ୍ୟାଟେରୀ ଚଷମା ନିକଟରେ ଘଟିଥିଲା। ଏହି ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା।
ଦୁର୍ଘଟଣା ପରେ ଏସଡିଆରଏଫ୍, ପୋଲିସ, ସେନା ଏବଂ ସ୍ଥାନୀୟ ଲୋକେ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ତିନି ଜଣ ସୈନିକ ସହିଦ ହୋଇଥିଲେ।
ତେବେ ସହିଦ ସୈନିକଙ୍କ ନାମ ଅମିତ କୁମାର, ସୁଜିତ କୁମାର ଏବଂ ମାନ ବାହାଦୁର ବୋଲି ଜଣାପଡ଼ିଛି। ସେମାନଙ୍କ ମୃତଦେହକୁ ଖାଲରୁ ବାହାର କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଦୁର୍ଘଟଣା ପରେ ଗାଡ଼ିଟି ଲୁହା ଗଦାରେ ପରିଣତ ହୋଇଯାଇଥିଲା।
Comments are closed.