Latest Odisha News

BREAKING NEWS

ସୁନ୍ଦରଗଡ଼: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସୱେ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକମାନେ ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ ବୋଲି ଜଣାପଡିଛି । ଏଥିସହିତ ସଙ୍ଗୀତା ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ଏହି ସମସ୍ତ ୪ ଜଣ ବୀରମିତ୍ରପୁର ଅଞ୍ଚଳର ବୋଲି ସୁତ୍ରରୁ ପ୍ରକାଶ ।

ସମସ୍ତ ବ୍ୟକ୍ତିମାନେ ସମ୍ବଲପୁରରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଏକ କାର ଯୋଗେ ଫେରୁଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁଚାରଟି ଏକ ଟ୍ରକକୁ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାର୍ ଡ୍ରାଇଭର ଫେରାର ହୋଇଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.