ଅହମଦାବାଦ୍: ଗୋଟେ ପଟେ ହୋଲିର ମାହୋଲ ପାଇଁ ସାରା ଦେଶ ଉତ୍ସାହିତ ଥିବା ବେଳେ ସେପଟେ ଗୁଜୁରାଟରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଚିତ୍ର । ଗୁଜୁରାଟ ରାଜକୋଟର ଏକ ହାଇରାଇଜ୍ ବିଲ୍ଡିଙ୍ଗରେ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି । ନିଆଁ ଲାଗିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଲ୍ଡିଂରେ ୩୦ରୁ ଅଧିକ ଲେକା ଫଶିରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ, ରାଜକୋଟରେ ଥିବା ୧୫୦ ଫୁଟ ରିଙ୍ଗରୋଡ୍ ସ୍ଥିତ ଆଟଲାଣ୍ଟିକ୍ ବିଲ୍ଡିଂରେ ଘଟିଛି ଏହି ଅଘଟଣ । ବିଲ୍ଡିଂର ୬ ମହଲାରେ ନିଆଁ ଲାଗିଛି । ଫଳରେ ୩୦ରୁ ଅଧିକ ଲୋକ ସେଠାରେ ଫଶିରହିଛନ୍ତି । ୩୦ ଜଣଙ୍କ ମଧ୍ୟରୁ କିଛି ଲୋକ ନିଆଁରେ ପୋଡିଯାଇ ଆହତ ହୋଇଯାଇଥିବା ମଧ୍ୟ ଖବର ରହିଛି । ସେହିପରି ଘଟଣାରେ ଏଯାବତ୍ ୩ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ନିଆଁ ଲାଗିବା ନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସେପଟେ ନିଆଁ କେମିତି ଲାଗିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।