Latest Odisha News

ଘାଟି ରାସ୍ତାରୁ ତଳକୁ ଖସି ପଡିଲା ସ୍କୁଟର: ୩ ଯୁବକ ମୃତ

କୋରାପୁଟ:ଘାଟି ରାସ୍ତାରେ ଯାଉଥିବାବେଳେ ଖସି ପଡିଲା ସ୍କୁଟର । ଚାଲିଗଲା ୩  ଯୁବକଙ୍କ ଜୀବନ । ଏମିତି ଦୁର୍ଘଟଣା ଘଟଛି କୋରାପୁଟ ଜିଲ୍ଲାରେ ।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଆନ୍ଧ୍ରର ଏହି ତିନି ଜଣ ଯୁବକ କୌଣସି କାମରେ କୋରାପୁଟ ଆସିଥିଲେ । କାମ ସାରି ଫେରିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ନାରାୟଣ ପାଟଣା ପୋଲିସ ଷ୍ଟେସନ ଅଧୀନ କୋରାପୁଟ-ଜୟପୁର ଘାଟି ରାସ୍ତାର ଲଙ୍ଗଳବେଡାଠାରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଦୁଇ ଚକିଆ ଗାଡିଟି ପାହାଡ ତଳକୁ ଖସି ପଡିଥିଲା ।

ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ମୃତ ଦେହକୁ ଉଦ୍ଧାର କରିବା ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Comments are closed.