Latest Odisha News

BREAKING NEWS

କୋଇଲା ଖଣିରେ ଅଘଟଣ, ସ୍ଲାବ ଖସି ୩ ମୃତ

ବୈତୁଲ: ମଧ୍ୟପ୍ରଦେଶର ବୈତୁଲରେ ଥିବା କୋଇଲା ଖଣିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡର ଏକ ଖଣିରେ ସ୍ଲାବ୍ ଭୁଶୁଡ଼ି ପଡ଼ିବା ପରେ ଅନେକ ଶ୍ରମିକ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି।

ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ଖବର ପାଇ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଏନେଇ ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୬୫ କିଲୋମିଟର ଦୂର ଛତରପୁର ଅଞ୍ଚଳରେ ଥିବା କୋଲ୍ ଇଣ୍ଡିଆ ଲିମିଟେଡର ଏକ ସହାୟକ କମ୍ପାନୀ ଡବ୍ଲ୍ୟୁସିଏଲର ଭୂତଳ ଖଣିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଏନଡିଆରଏଫ୍ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଅପରପକ୍ଷରେ ମୃତକଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡ଼ର କୱାର୍ଦ୍ଧାର ବାସିନ୍ଦା ବୋଲି ଜଣାପଡିଛି।

 

Comments are closed.