Latest Odisha News

BREAKING NEWS

ସ୍କ୍ରପିଓ ଗାଡିରୁ ୩ ଲକ୍ଷ ୪୦ ହଜର ଟଙ୍କା ଜବତ, ୨ ଅଟକ

ସୁବର୍ଣ୍ଣପୁର: ନିର୍ବାଚନ ପାଇଁ ବିନିକା ଅଞ୍ଚଳରେ ଗାଡ଼ିମଟର ଗୁଡ଼ିକୁ କଡାକଡି ଭାବରେ ଯାଞ୍ଚ ଚାଲିଛି । ଏହି ଅବସରରେ ଗତକାଲି ରାତିରେ ବିନିକା ଏସଏସଟି ଟିମ ଦ୍ବାରା ଗାଡି ମଟର ଗୁଡିକ ଯାଞ୍ଚ ଚାଲିଥିଲା ବେଳେ ସ୍କର୍ପିଓ ଗାଡ଼ିରୁ ଜବତ ହେଲା ବେଆଇନ ନଗଦ ଟଙ୍କା। ଏହି ଘଟଣାରେ ଗାଡ଼ିକୁ ଜବତ କରି ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ।

ସୂଚନା ଅନୁସାରେ ସଂସାମୁରା-ପଣ୍ଡକିଟାଲ କେନାଳ ରାସ୍ତାର ବିନିକାଥାନା ଗଣିଆଁ ଫାଣ୍ଡି ଅଧିନସ୍ତ ଗଣିଆଁ ଛକରେ ସ୍କର୍ପିଓ ଗାଡ଼ିରେ ବିନିକା ଥାନା ସେଲେଡ଼ି ଗ୍ରାମର କୁବେର ପେରା (୪୪) ପଦ୍ମପୁର ଟଙ୍କା ନେଇ ଯାଉଥିଲେ। ଏହି ସମୟରେ ତାଙ୍କ ଠାରୁ ଏସ୍ଏସଟି ଟିମ୍ ଯାଞ୍ଚ କରିଥିଲା ପୋଲିସ। ତେବେ ଏଠାରେ ଯାଞ୍ଚ ବେଳେ ୩ଲକ୍ଷ ୪୦ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଏଥିରେ ପେରା ଟଙ୍କାର କୌଣସି କାଗଜପତ୍ର ଦେଖାଇ ପାରିନଥିଲେ।

ଫଳରେ ପୋଲିସ ସମସ୍ତ ଟଙ୍କା ଜବତ କରିବା ସହ ଗାଡ଼ିକୁ ଜବତ କରି ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେହିପରି ବ୍ୟାଙ୍କରେ ଉକ୍ତ ଟଙ୍କା ଜମା କରାହେବ ବୋଲି ବିନିକା ପୋଲିସ ସୂଚନା ଦେଇଛି। ଏହି ଚଡ଼ାଉରେ ବିନିକା ଅତିରିକ୍ତ ତହସିଲଦାର ଦୟାରାମ ମେହେର ଓ ପୋଲିସ ଷ୍ଟାଫ୍ ସାମିଲ ଥିଲେ।

Leave A Reply

Your email address will not be published.