Latest Odisha News

ଆତ୍ମସମର୍ପଣ କଲେ ୩ ମାଓବାଦୀ, ସମାଜର ମୁଖ୍ୟ ସ୍ରୋତରେ ହେବେ ସାମିଲ

ମାଲକାନଗିରି: ଛତିଶଗଡ଼ ସୁକୁମା ଜିଲ୍ଲା ପୋଲିସ ନିକଟରେ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପିଡମେଲ ଆର୍‌ପିସି ମିଲିସିୟା ଡେପୁଟି କମାଣ୍ଡର ମଡକମ୍‌ ସୁକ୍କା, ମିଲିସିୟା ସଦସ୍ୟ ବଂଜାମ ସୋମା ଏବଂ କବାସୀ ଭିମା ।

ମାଓବାଦୀ ମଡକମ୍‌ ସୁକ୍କାଙ୍କ ନାମରେ ପେଲମପଲ୍ଲୀ ଥାନାରେ ବିଭିନ୍ନ ଆପରାଧିକ ମାମଲା ରହିଛି। ମାଓବାଦୀ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ପ୍ରକାଶ କରିଛନ୍ତି। ୩ ମାଓବାଦୀଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରତାପ ସିଂ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.