Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ଶପଥ ନେଲେ

କଟକ : ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି । ଜଷ୍ଟିସ ମୃଗାଙ୍ଗ ସେଖର ସାହୁ, ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ  ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ।

ତିନି ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୭ରେ ପହଞ୍ଚିଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଗତ ୧୩ ତାରିଖରେ ଏହି ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ଗତ ୮ ତାରିଖରେ ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ।

Leave A Reply

Your email address will not be published.