Latest Odisha News

BREAKING NEWS

‘ମୁଁ ପରଦେଶୀ ଚଢେଇ’ ସହ ‘କୁଇନ’ ଓ ‘ବାବୁ ଭାଇଜାନ’ଙ୍କ କଡା ଟକ୍କର୍ !

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ଲାଗି ଶୁଭ ଖବର । ୨୦୨୦ ବର୍ଷ ଆରମ୍ଭରୁ ମାନେ ଜାନୁଆରୀ ମାସରୁ ତିନି ତିନି ଟି ଓଡ଼ିଆ ଫିଲ୍ମ ରିଲିଜ ହେବାକୁ ଯାଉଛି । ଚଳିତ ମାସରେ ପରଦାରେ ସିଧାସଳଖ ଲଢେ଼ଇ ହେବ କୁଇନ, ବାବୁ ଭାଇଜାନ ଏବଂ ମୁଁ ପରାଦେଶୀ ଚଢେଇ ସିନେମା ମଧ୍ୟରେ । ବଡ଼ ପରଦାରେ ଏହି ତ୍ରିମୁଖୀ ଲଢେଇର୍ ବେଶ୍ ମଜ୍ଜା ନେବେ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀ ।

BjdElectrycity

ବଡ଼ ପରଦାରେ ଓଡ଼ିଆ ଦର୍ଶକ ଜାନୁଆରୀ ୧୦ ରେ ମୁଁ ‘ପରାଦେଶୀ ଚଢେଇ’ ଦେଖି ପାରିବେ । ସେହିପରି ଜାନୁଆରୀ ୧୨ ତାରିଖରେ ‘ବାବୁ ଭାଇଜାନ’ ରିଲିଜ ହେବ ।

ଚଳଚ୍ଚିତ୍ର ପେକ୍ଷାଳୟ ରେ ଓଡ଼ିଆ ସିନେମା କୁଇନ ମାସର ତୃତୀୟ ଫିଲ୍ମ ଭାବେ ଜାନୁଆରୀ ୧୫ ରେ ରିଲିଜ ହେବାକୁ ଯାଉଛି ।

ମୁଁ ପରାଦେଶୀ ଚଢେଇ:

ଜାନୁଆରୀ ୧୦ ରେ ରିଲିଜ ଅପେକ୍ଷାରେ ଥିବା ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା ଦେଇଛନ୍ତି ଆଶ୍ୱିନ ତ୍ରିପାଠୀ । ଏହାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅର୍ଦ୍ଧେନ୍ଦୁ ସାହୁ ଓ ଅନୁଭା । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମିହିର ଦାସ, ହର ରଥ, ଇଲୁ ବାନାର୍ଜୀ, ପୁଷ୍ପା ପଣ୍ଡା ପ୍ରମୁଖ ।

ବାବୁ ଭାଇଜାନ:

ଆସନ୍ତା ଜାନୁଆରୀ ୧୨ ତାରିଖରେ ରିଲିଜ ହେବାକୁ ଥିବା ହାଇ ବଜେଟ ସିନେମା ବାବୁ ଭାଇଯାନର ମୁଖ୍ୟ ଭୂମିକାରେ ନଜର ଆସିବେ ଅରିନ୍ଦମ । ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହି ସିନେମାରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଶିବାନୀ ।

କୁଇନ:

ବିଦିଶା କ୍ରଫ୍ଟ ବ୍ୟାନରରେ ନିର୍ମିତ କୁଇନ ଚଳିତ ମାସ ୧୫ ତାରିଖରେ ପରଦାକୁ ଆସିବ। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଏହାର କାହାଣୀ ରଚନା ଏବଂ କ୍ରିଏଟିଭ ହେଡ଼ ଭଳି ଗୁରୁ ଦାୟିତ୍ୱ ସମ୍ଭାଳିଛନ୍ତି ବର୍ଷା ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ୨୦୧୯ ରେ ୩୪ ଟି ଓଡ଼ିଆ ଚଳଚ୍ଚିତ୍ର ରିଲିଜ ହୋଇଥିଲା

Leave A Reply

Your email address will not be published.