ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ତିନି ଜଣ ନାବାଳିକା ଭଉଣୀ ନବମ ମହଲାରୁ ଡେଇଁ ଜୀବନ ହାରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ପରିବାର ସେମାନଙ୍କ ଗେମକୁ ବିରୋଧ କରିବାରୁ ସେମାନେ ଏହି ଚରମ ପଦକ୍ଷେପ ନେଇଥିଲେ। ତିନି ଭଉଣୀଙ୍କ ବୟସ ଯଥାକ୍ରମେ ୧୬, ୧୪ ଏବଂ ୧୨ ବର୍ଷ ବୋଲି ଜଣାପଡ଼ିଛି। ଗାଜିଆବାଦର ଟିଲା ମୋଡ୍ ପୋଲିସ ଷ୍ଟେସନ ଅନ୍ତର୍ଗତ ଭାରତ ସିଟିରେ ଏହି ଘଟଣା ଘଟିଛି।
ତେବେ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଏହି ଘଟଣା ପଛରେ “ଅନଲାଇନ୍ ଗେମ୍ ଟାସ୍କ” ଥିବା ଅନୁମାନ କରାଯାଉଛି। ଆହୁରି ମଧ୍ୟ ସନ୍ଦେହ କରାଯାଉଛି ଯେ ମଝିଆ ଭଉଣୀ “ଗେମ୍ ଲିଡର” ଥିଲା ଏବଂ ସେ ହିଁ ସମସ୍ତ କମାଣ୍ଡ ଦେଉଥିଲେ। ତିନି ଭଉଣୀ ଏକାଠି ପ୍ରତ୍ୟେକ କାର୍ଯ୍ୟ କରୁଥିଲେ। ସେଥିପାଇଁ ୩ ଜଣ ଏକାଠି ଜୀବନ ହାରିଛନ୍ତି। ଅପରପକ୍ଷରେ ପଡ଼ୋଶୀ ଏବଂ ପରିବାରର କୌଣସି ଧାରଣା ନଥିଲା ଯେ ଝିଅମାନେ କେଉଁ ପ୍ରକାରର ବିପଦପୂର୍ଣ୍ଣ ଖେଳରେ ସାମିଲ ଥିଲେ।