Latest Odisha News

ମାତିଛନ୍ତି ବାଘ ଶିକାରୀ; ପୁଣି ଜବତ ହେଲା ୪ ବାଘଛାଲ

ବାରିପଦା:ପୁଣି ଜବତ ହେଲା ବାଘ ଛାଲ । କଳାହାଣ୍ଡି ପରେ ମୟୂରଭଞ୍ଜ ଜିଲ୍ଲାରୁ ଜବତ ହେଲା ବାଘ ଛାଲ । ଗୋଟିଏ ବା ଦୁଇଟି ନୁହେଁ, ପୁରା ୪ଟି ବାଘ ଜବତ କରିଛି ବନ ବିଭାଗ । ବାରିପଦା ବନଖଣ୍ଡ ଅଧୀନରେ ଥିବା ଡୁକୁରା ରେଞ୍ଜର ବହଳଦା ଗାଁରେ ଆଜି ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଛଢାଉ ବେଳେ ୪ଟି ବାଘ ଛାଲ ଜବତ କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ  ୩ ଜଣଙ୍କୁ ଗିରଫ କରାଯାଇଥିବା ବାରିପଦା ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ଡିଏଫ୍‌ଓ ଦେଇଥିବା ସୂଚନା ଅନୁଯାୟୀ, ବାରିପଦା ବନଖଣ୍ଡ ସହ ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ଡିଭିଜନ ସହ ରାଇରଙ୍ଗପୁର ବନଖଣ୍ଡର  କିଛି ଅଫିସରଙ୍କୁ ନେଇ ଗଠିତ ଏକ ସ୍ଵତନ୍ତ୍ର ଟିମ୍‌  ଚଢ଼ାଉ କରିଥିଲେ । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ ଏହି ୪ଟି ବାଘ ଛାଲ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ ।   ଗିରଫ ସମସ୍ତ ବ୍ୟକ୍ତି  ବହଳଦା ଗାଁର ବୋଲି ଜଣାାଇଛି ।

ତେବେ ଗିରଫ ବ୍ୟକ୍ତିମାନେ ନିଜେ ବାଘ ଶିକାର କରିଛନ୍ତି ନା ଆଉ କେହାଠାରୁ ଏହି ଛାଲ ଆଣିଛନ୍ତି ତାହା ଜଣାପଡି ନାହିଁ ।  ବାଘ ଛାଲ କାହାକୁ ବିକ୍ରି କରିବା ପାଇଁ ଡିଲ ହୋଇଥିଲା,  ଏହି ରାକେଟରେ ଆଉ କିଏ କିଏ ସଂପୃକ୍ତ ସେ ନେଇ ପଚରାଉଚରା ଜାରି ରହିଛି ।

ସୂଚନାଥାଉ କି, ଗତ ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ  ଏସ୍‌ଟିଏଫ୍  ଜଣେ ବେପାରୀଙ୍କଠାରୁ  ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଥିଲା।

Comments are closed.