ଯାଜପୁର: ପଥର ଖାଦାନରେ ଦୁର୍ଘଟଣା । ଖାଦାନ ଭିତରେ କାମ କରୁଥିବାବେଳେ ମେସିନ ଭିତରେ ଚାପି ହୋଇଗଲେ ଶ୍ରମିକ । ଫଳରେ ଜଣେ ଶିଶୁ ଶ୍ରମିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳରେ ଥିବା ପଥର ଖାଦାନରେ ।
ରଙ୍ଗା, ଗଙ୍ଗା ଲୁଣିବର କଳା ପଥର ଖାଦାନରେ ବିଳମ୍ବିତ ରାତ୍ରିରେ ଏହି ଦୁର୍ଘଟଣା ଘଟିଛି । ଖାଦାନ ଭିତରେ କାମ କରୁଥିବାବେଳେ ମେସିନ ଭିତରେ ଅପରେଟର ଓ ହେଲପରଙ୍କର ମୃତ୍ୟୁ ହେଇଛି। ଜଣେ ଶିଶୁ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
ମୃତ ଶିଶୁ ଶ୍ରମିକଙ୍କର ନାମ ଅପୁ ରାଉତ ଓ ତାଙ୍କର ବୟସ ୧୬ ବର୍ଷ ବୋଲି ଜଣାଯାଇଛି । ତାଙ୍କର ଘର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଗେଙ୍ଗୁଟିଆ ଗାଁରେ । ଏହି ଶ୍ରମିକମାନେ ବିନା ଲିଜରେ ଚାଲିଥିବା ପଥର ଖାଦାନରେ କାମ କରୁଥିଲେ ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Comments are closed.