Latest Odisha News

ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି, ୩ ବର୍ଷ ଜେଲ୍ ଦଣ୍ଡାଦେଶ ସସ୍‌ପେଣ୍ଡ

ଭୁବନେଶ୍ୱର: କୋଲ ସ୍କାମରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲୀପ ରାୟଙ୍କୁ ମିଳିଛି ବଡ ଆଶ୍ୱସ୍ତି । ତାଙ୍କ ୩ ବର୍ଷର ଜେଲ୍ ଦଣ୍ଡାଦେଶକୁ ସସ୍‌ପେଣ୍ଡ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏହି ଦଣ୍ଡାଦେଶକୁ ସସ୍‌ପେଣ୍ଡ କରିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।

ବହୁ ଚର୍ଚ୍ଚିତ ୧୯୯୯ ଝାରଖଣ୍ଡ କୋଲ ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡଦେଶ ଶୁଣାଯାଇଥିଲା ।  ସୋମବାର ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ।

ଅପରାଧିକ ଷଡ଼ଯନ୍ତ୍ର ସମେତ ଅନ୍ୟ ଧାରାରେ ଦିଲୀପଙ୍କ ସମେତ ଦୋଷୀ ସାବ୍ୟସ୍ତ ଅନ୍ୟ ତିନିଜଣଙ୍କୁ ମଧ୍ୟ ତିନି ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ। ତେବେ ଦଣ୍ଡାଦେଶର ଠିକ୍ ପରେ ପରେ ଦିଲୀପଙ୍କ ସମେତ ସମସ୍ତ ୪ ଜଣଙ୍କୁ ଜାମିନ ମିଳିଥିଲା।

ଏପରିକି ଦିଲୀପଙ୍କ ସମେତ ସମସ୍ତ ତିନି ଦୋଷୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ କାଷ୍ଟ୍ରନ୍ ଟେକ୍ନୋଲଜି ଲିମିଟେଡକୁ ୬୦ଲକ୍ଷ ଓ କାଷ୍ଟ୍ରନ୍ ମାଇନିଂକୁ ୧୦ ଲକ୍ଷ ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇ ଥିଲେ କୋର୍ଟ। ଏହି ରାୟ ବିରୋଧରେ ଦିଲୀପ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ।

Comments are closed.