Latest Odisha News

BREAKING NEWS

ସ୍ୱଚ୍ଛତା ଅଭିଯାନ ନେଇ ଯୁବକଙ୍କ ନିଆରା ପ୍ରୟାସ

ସୁବର୍ଣ୍ଣପୁର : ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଯୁବକଙ୍କ ନିଆରା ଅଭିଯାନ । ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ସମଗ୍ର ଦେଶ ପରିକ୍ରମାର ଇଚ୍ଛା ରଖିଥିବା ୩ ଜଣ ଯୁବକ ସୁବର୍ଣ୍ଣପୁର ଜିଲ୍ଲାରେ ପହଁଚିଛନ୍ତି । ଏମାନେ ହେଲେ ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ ପାଶ୍ୱାନ ଏବଂ ଛତିଶଗଡ ର ସୌରଭ ଦେବାଙ୍ଗନ ।

ସମାଜ କୁ ସୁସ୍ଥ ଏବଂ ସ୍ୱଚ୍ଛ ତଥା ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆମେ ସମସ୍ତେ ପାରୁପର୍ଯ୍ୟନ୍ତ ଚାଲିବା ଅଭ୍ୟାସ ରଖିବା ଉଚିତ । ଏହା ଦ୍ୱାରା ଜୈବ ଇନ୍ଧନର କମ ବ୍ୟବହାର ହେବ , ପ୍ରଦୂଷଣ କମିବ, ଟ୍ରାଫିକ ଜାମ ସମସ୍ୟା ର ସମାଧାନ ହେବ ଏବଂ ଆମେ ସମସ୍ତେ ସୁସ୍ଥ ରହିବା । ଏହି ଭଳି ସୁନ୍ଦର ଉଦ୍ଦେଶ୍ୟ ନେଇ ଏହି ତିନି ଯୁବକ ପାଦରେ ଚାଲି ଚାଲି ସମଗ୍ର ଦେଶର ୨୯ ଟି ରାଜ୍ୟ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବାହାରିଛନ୍ତି ।

ଅକ୍ଟୋବର ୭ ତାରିଖ ରୁ ଛତିଶଗଡ ରାଜ୍ୟର ରାୟପୁରରୁ ଯାତ୍ରା ଆରମ୍ଭ କରି ୧୭ ତମ ଦିନରେ ସେମାନେ ସୁବର୍ଣ୍ଣପୁରରେ ପହଂଚିଛନ୍ତି । ଏହି ପଦଯାତ୍ରୀ ମାନଙ୍କୁ ସୁବର୍ଣ୍ଣପୁର ପୌର ପରିଷଦ କାର୍ଯ୍ୟାଳୟ ଠାରେ ବିଭିନ୍ନ ସଂଗଠନ ପକ୍ଷରୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିବା ବେଳେ ଆଜି ସେମାନେ ଭୁବନେଶ୍ୱର ଅଭିମୂଖେ ଯାତ୍ରା କରିଛନ୍ତି l

Leave A Reply

Your email address will not be published.