Latest Odisha News

ଏବେ ମାଓବାଦୀଙ୍କ ମୁକାବିଲା କରିବେ ମହିଳା କମାଣ୍ଡୋ ଟିମ୍

ନୂଆଦିଲ୍ଲୀ : ମାଓ ଅଧ୍ୟୁଷିତ ଅଞ୍ଚଳ ଛତିଶଗଡ଼ର ବସ୍ତର ଓ ଦାନ୍ତେଓ୍ଵାଡ଼ାରେ ୩୦ ଜିଣିଆ ମହିଳା ନକ୍ସଲ୍-ବିରୋଧୀ କମାଣ୍ଡୋ ୟୁନିଟ୍ ମୁତୟନ କରାଯାଇଛି।

ଏହି ୟୁନିଟର ସମସ୍ତ ସଦସ୍ୟ ମହିଳା ହୋଇଥିବାବେଳେ ଏହାର ନାମ ‘ଦାନ୍ତେଶ୍ୱରୀ ଫାଇଟର୍ସ’ ରଖାଯାଇଛି।

ଏହି ୨ଟି ଜିଲ୍ଲାରେ ନକ୍ସଲଙ୍କୁ ବିରୋଧ କରିବା ପାଇଁ ଏବେ ମହିଳା କମାଣ୍ଡୋ ମାନଙ୍କୁ ନିୟୋଜିତ କରାଯାଇଛି ।

ଏସମ୍ପର୍କରେ ବସ୍ତର ଜିଲ୍ଲା ଆଇଜି ବିବେକାନନ୍ଦ ସିହ୍ନା ଟ୍ୱିଟ୍ କରିଛନ୍ତି ।

ସୂଚନାଯୋଗ୍ୟ, ‘ଦାନ୍ତେଶ୍ୱରୀ ଫାଇଟର୍ସ’ର ସମସ୍ତ ୩୦ ଜଣଯାକ ମହିଳା ବସ୍ତର ବାଟାଲିୟାନ୍ ଟିମରୁ ଚୟନ କରାଯାଇଛନ୍ତି। ଉଭୟ ପୋଲିସ କର୍ମଚାରୀ ଓ ଦାନ୍ତେଶ୍ୱରୀ ଫାଇଟର୍ସ ଟିମକୁ ଜଙ୍ଗଲରେ ମାଓବାଦୀଙ୍କ ମୁକାବିଲା କରିବା ବ୍ୟାପକ ତାଲିମ ପ୍ରଦାନ କରାଯାଉଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.