ଭୁବନେଶ୍ୱର: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗୋଟିଏ ଦିନରେ ଦୁଇଟି ସ୍ଥାନରେ ଅପରେସନ କରି ୩୦ ନକ୍ସଲଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୬ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ ୪ ନକ୍ସଲ ପ୍ରାଣ ହରାଇଛନ୍ତି । ଏହି ୪ ଜଣ କ୍ୟାଡର ମାଓବାଦୀ ହୋଇଥିବା ସୂଚନା ମିଳିଛି ।
ସୁରକ୍ଷାକର୍ମୀଙ୍କ ଏହି ଅପରେସନକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନକ୍ସଲଙ୍କ ଆକ୍ରମଣରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା ଜଙ୍ଗଲରେ ଗୁରୁବାର ଭୋରୁ ଭୋରୁ ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା । ବିଜାପୁର ପୋଲିସ ସୂଚନା ଦେଇଛନ୍ତି ଯେ ୧୮ ନକ୍ସଲଙ୍କ ମୃତଦେହ ଜବତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।