ବାଲେଶ୍ବର:ତାଳସାରୀରେ ସୁଟିଂ ସମୟରେ ପାଣିରେ ବୁଡ଼ି ଯାଇ ବଙ୍ଗଳା ଅଭିନେତାଙ୍କ ମୃତ୍ୟୁ ହୋଇଛି । ମୃତକ ବଙ୍ଗଳା ଅଭିନେତା ରାହୁଲ ଅରୁଣୋଦୟ ବାନାର୍ଜୀ ବୋଲି ଜଣାପଡ଼ିଛି । ରାହୁଲ ତାଳସାରୀରେ ‘ଭୋଲେ ବାବା ପାର କରେଗା’ ଧାରାବାହିକର ସୁଟିଂ ପାଇଁ ଯାଇଥିଲେ । ସୁଟିଂ ସମୟରେ ହିରୋ ହିରୋଇନଙ୍କ ଗୋଡ଼ ଖସିଯିବାରୁ ପାଣିରେ ପଡ଼ି ଯାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
୧୬ ଅକ୍ଟୋବର ୧୯୮୩ ମସିହାରେ କୋଲକାତାରେ ଜନ୍ମଲାଭ କରିଥିବା ଅରୁଣୋଦୟ ବାନାର୍ଜୀ ୨୦୦୮ ମସିହାରେ ବେଙ୍ଗଲି ସିନେମାରେ ଡେବ୍ୟୁ କରିଥିଲେ।
ଏହି ଘଟଣାରେ ବେଙ୍ଗଲି ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଘଟଣା ବିଷୟରେ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ପଶ୍ଚିମବଙ୍ଗ ପୋଲିସ ଓଡ଼ିଶାର ବାଲେଶ୍ୱର ପୋଲିସ ସହିତ ଯୋଗାଯୋଗ କରୁଛି।
Comments are closed.