Latest Odisha News

BREAKING NEWS

କୋଭିଡ-୧୯: ୪୭୧ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୦ ଟି ରାଜ୍ୟ ଲକଡାଉନ

ନୂଆଦିଲ୍ଲୀ: କରୋନା ଆତଙ୍କରେ ଆତଙ୍କିତ ସାରା ଦେଶ । ସମ୍ଭାବ୍ୟ କରୋନା ଭାଇରସ ବିସ୍ତାରରେ ଅଙ୍କୁଶ ଲଗାଇବା ପ୍ରୟାସର ୩୦ଟି ରାଜ୍ୟକୁ ଲକଡାଉନ ଘୋଷଣା କରାଯାଇଛି । ଅନ୍ୟପଟେ ସୋମବାର ବିଳମ୍ବିତ ସନ୍ଧ୍ୟାରେ କରୋନାରେ ଆଉ ଜଣଙ୍କର ପ୍ରାଣ ଯାଇଛି । କରୋନା ଆକ୍ରାନ୍ତରେ ଏହା ଦେଶର ନବମ ମୃତ୍ୟୁ । ଏହି ମାରାତ୍ମକ ଭୁତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୪୭୧ ରେ ପହଞ୍ଚିଛି ।

ଏହି ରୋଗରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟଜଣେ ହିମାଚଳ ପ୍ରଦେଶ ବୋଲି ଜଣାପଡିଛି ।

ରିପୋର୍ଟ ଅନୁଯାୟୀ ଏହି ସବୁ ସଂକ୍ରମଣ ବାହାର ଦେଶରୁ ହିଁ ଆସୁଛି । ତେଣୁ କେନ୍ଦ୍ର ସରକାର ଘରୋଇ ବିମାନ ଉଡାଣ ଉପରେ ଏକ କଟକଣା ଜାରି କରିବା ସହ ଏହି ନିୟମ ଉଲଂଘନ କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟ କରିଛି ।

ସୋମବାର ଦିନ ପଞ୍ଜାବ ଓ ଗୁଜୁରାଟ ସରକାର ନିଜ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.