Latest Odisha News

ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ l ବିଧାନସଭାରେ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l ରାଜ୍ୟରେ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ରହିଛି l ସେଥିରୁ ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ ଖାଲି ପଡ଼ିଛି l ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ହଜାର ୨୮୩ ଶିକ୍ଷକ ପଦବୀ ଖାଲି ରହିଛି l ବର୍ତ୍ତମାନ ୧୬ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଚାଲୁ ରହିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ l

ସୂଚନାଯୋଗ୍ୟ ଯେ, ଗତକାଲି ଗୁରୁ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ମୋଟ ୨୯ ହଜାର ୧୯୭ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଘୋଷଣା କରିଥିଲେ । ଆଗାମୀ ତିନି ସପ୍ତାହ ଭିତରେ ରାଜ୍ୟରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏଥିସହିତ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରତି ପଞ୍ଚାୟତରେ ମଡେଲ ସ୍କୁଲ- ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

Comments are closed.