Latest Odisha News

BREAKING NEWS

ଦାୟିତ୍ୱହୀନତାର ନଗ୍ନ ନମୂନା: କରୋନା ଯାଂଚ ନ କରାଇ ଖସିଗଲେ ୩୦୦ ଯାତ୍ରୀ !

ସିଲଚର: କରୋନା ସଂକ୍ରମଣଙ୍କ ସଂଖ୍ୟା ପୁନର୍ବାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଥିନେଇ ଦାୟିତ୍ୱବାନ୍ ହେବା ପରିବର୍ତେ ଦାୟିତ୍ୱହୀନତାର ଏକ ନଗ୍ନ ନମୂନା ସମ୍ମୁଖକୁ ଆସିଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ସିଲଚର ବିମାନବନ୍ଦରରେ ବୁଧବାର ୩୦୦ ଯାତ୍ରୀ କରୋନା ଯାଂଚ ନ କରାଇ ଖସି ପଳାଇଥିଲେ । ସିଲଚର ବିମାନ ବନ୍ଦରରେ ସ୍ଥାନ ଅଭାବ ଥିବାରୁ ଯାତ୍ରୀମାନଙ୍କୁ ଟିକୋଲ ମଡେଲ ଡାକ୍ତରଖାନରେ ଟେଷ୍ଟ କରିବା ବାଧ୍ୟତାମୂଳକ ଥିଲା ।

ମାତ୍ର ରିପୋର୍ଟ ଅନୁସାରେ ୬୯୦ ଯାତ୍ରୀ ଓହ୍ଲାଇଥିଲେ, ସେମାନଙ୍କ ମଧ୍ୟରୁ ୧୮୯ଜଣଙ୍କର ଟେଷ୍ଟ ହୋଇପାରିଛି । ଏଥିରୁ ୬ଜଣ ପଜିଟିଭ ବାହାରିଛନ୍ତି । ଅନ୍ୟ କେତେଜଣଙ୍କ ରିପୋର୍ଟ ଆସିପାରି ନାହିଁ । ତେବେ ଯେଉଁମାନେ ଲୁଚି କରି ପଳାଇ ଯାଇଛନ୍ତି ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.