Latest Odisha News

BREAKING NEWS

କମୁଛି କରୋନା ସଂକ୍ରମଣ, ତୃତୀୟ ଦିନ ପାଇଁ ୪ ହଜାର ତଳେ ପଜିଟିଭ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ସଂଖ୍ୟା । କରୋନାକୁ ଲାଗିଛି ବ୍ରେକ୍ । ଆଜି ତୃତୀୟ ଦିନ ପାଇଁ ଓଡ଼ିଶାରେ ୪ ହଜାର ତଳେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଆଣିଛି ସାମାନ୍ୟ ଆଶ୍ୱସ୍ତିକର ଖବର । ଗତ ୨୪ ଘଂଟାରେ ୩୦ ଜିଲ୍ଲାରୁ ୩୦୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୬୭୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୨୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଆଜି ମଧ୍ୟ ସଂକ୍ରମଣ ତାଲିକାର ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା । ସର୍ବାଧିକ ୫୫୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ତା’ପଛକୁ ରହିଛି କଟକ । କଟକରୁ ଆଜି ୨୩୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ପୁରୀରୁ ୧୭୮, ବାଲେଶ୍ୱରରୁ ୧୪୬, ମୟୂରଭଂଜରୁ ୧୪୩, ଅନୁଗୁଳରୁ ୧୨୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛି ।

ଆଶ୍ୱସ୍ତିକର କଥା ହେଉଛି ଯେ, ଆଜି ରାଜ୍ୟରେ ମୋଟ ୬ଟି ଜିଲ୍ଲାରୁ ଶହେରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟପୁଲରୁ ୨୧୧ ଜଣ ଆକ୍ରାନ୍ତ ରହିଛନ୍ତି । ରାଜ୍ୟରେ ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩୭,୨୧୦ ସକ୍ରିୟ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧,୭୭, ୫୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.