Latest Odisha News

BREAKING NEWS

ସରକାରୀ ଡାକ୍ତରଖାନାରେ ଥମୁନି ମୃତ୍ୟୁ: ଗଲାଣି ୩୧ ଜୀବନ

ମୁମ୍ବାଇ: ମହାରାଷ୍ଟ୍ର ନାନ୍ଦେଡରେ ଶଙ୍କରରାଓ ଚହ୍ୱାଣ ସରକାରୀ ଡାକ୍ତରଖାନାରେ ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା କାହିଁକି କମୁନି ସେ ନେଇ ଡାକ୍ତର କିଛି ବି ସ୍ପଷ୍ଟ କହୁ ନାହାନ୍ତି । କୁହାଯାଉଛି, ଡାକ୍ତରଖାନାରେ ଔଷଧ ଯୋଗାଣ ହେଉ ନ ଥିବାରୁ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇପଡୁଛି ଏବଂ ଗୁରୁତର ରୋଗୀଙ୍କର ମୃତ୍ୟୁ ଘଟୁଛି  । କଂଗ୍ରେସ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।

ଏହି ସରକାରୀ ଡାକ୍ତରଖାନାରେ ମୃତ  ୩୧ ଜଣଙ୍କ ମଧ୍ୟରୁ ୧୫ ଜଣ ଶିଶୁ ଏବଂ ୧୬ ଜଣ ବୟସ୍କ ବ୍ୟକ୍ତି ଅଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ସରକାରୀ ଡାକ୍ତରଖାନାକୁ କିଛି ଦିନ ହେଲା ଔଷଧ ଯୋଗାଣ ବନ୍ଦ ରହିଛି । ଏହି ଡାକ୍ତରଖାନାକୁ ହାଫକିନ୍ସ ନାମକ କମ୍ପାନୀରୁ ଔଷଧ ଯୋଗାଣ ହେଉଥିଲା । ଏବେ କିଛି ଦିନ ହେବ ଔଷଧ ଯୋଗାଣ ବନ୍ଦ ରହିଛି । ଏେବ ୩୧ ଜଣଙ୍କ ମୃତ୍ୟୁ ଘଟିବା ପରେ ସରକାର ଏକ ଯାଞ୍ଚ କମିଟି ଗଠନ କରିଛନ୍ତି । ଏହି କମିଟି ମୃତ୍ୟୁର କାରଣ ବିଷୟରେ ତଦନ୍ତ କରି ରିପୋର୍ଟ ସରକାରଙ୍କୁ ଦେବ ।

ଡାକ୍ତରଖାନା ଅଧୀକ୍ଷକଙ୍କ କହିବା ଅନୁଯାୟୀ, ୭୦/୮୦ କିମି ଦୂର ଦୂରାନ୍ତରୁ ଗୁରୁତର ରୋଗୀ ଏହି ଡାକ୍ତରଖାନାକୁ ଆସିଥାନ୍ତି । ମୃତ ୧୫ ଜଣ ଶିଶୁଙ୍କ ମଧ୍ୟରୁ ୧୨ ଜଣ ନବଜାତ ଶିଶୁ । ୪ ଜଣଙ୍କର ମୃତ୍ୟୁ କୌଣସି ଆଘାତ ଜନିତ ଏବଂ ୩ ଜଣଙ୍କର ସାପ କାମୁଡ଼ାରୁ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.