ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୧୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ସୁସ୍ଥ ହୋଇଥିବା ୩୧୧୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୦୨୩ ଜଣ ଖୋର୍ଦ୍ଧାରୁ, ୨୧୫ ଜଣ ପୁରୀରୁ, ୨୦୨ ଜଣ କଟକରୁ, ୧୫୪ ଜଣ ମୟୁରଭଞ୍ଜରୁ, ୧୩୧ ଜଣ କେନ୍ଦ୍ରାପଡାରୁ, ୧୨୩ ଜଣ ଢେଙ୍କାନାଳରୁ, ୧୦୩ ଜଣ ବାଲେଶ୍ୱରରୁ, ୧୦୨ ଜଣ ସମ୍ବଲପୁରରୁ, ୧୦୦ ଜଣ ଯାଜପୁରରୁ, ୯୮ ଜଣ ଗଞ୍ଜାମରୁ, ୯୫ ଜଣ ଝାରସୁଗୁଡାରୁ, ୯୫ ଜଣ କୋରାପୁଟରୁ, ୯୨ ବରଗଡରୁ, ୬୦ ଜଣ କଳାହାଣ୍ଡିରୁ, ୬୦ ଜଣ କନ୍ଧମାଳରୁ, ୬୦ ଜଣ କେନ୍ଦୁଝରରୁ, ୫୮ ଜଣ ସୁନ୍ଦରଗଡରୁ, ୫୦ ଜଣ ରାୟଗଡାରୁ, ୪୩ ଜଣ ଭଦ୍ରକରୁ ।
ସେହିପରି ୪୨ ଜଣ ଜଗତସିଂହପୁରରୁ, ୪୧ ଜଣ ବଲାଙ୍ଗିରରୁ, ୩୪ ଜଣ ନବରଙ୍ଗପୁରରୁ, ୩୨ ଜଣ ମାଲକାନଗିରିରୁ, ୨୯ ଜଣ ନୟାଗଡରୁ, ୨୦ ଜଣ ଗଜପତିରୁ, ୨୦ ଜଣ ସୋନପୁରରୁ, ୧୬ ଜଣ ନୂଆପଡାରୁ, ୭ ଜଣ ବୌଦ୍ଧରୁ, ୩ ଜଣ ଅନୁଗୁଳରୁ ଓ ୨ ଜଣ ଦେବଗଡରୁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୧,୩୫,୧୩୦ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୧,୦୫,୨୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୫୮୦ ଜଣ ମୃତ୍ୟୁବରଣ କରିଛନ୍ତି ।
Comments are closed.