Latest Odisha News

BREAKING NEWS

ରଥଯାତ୍ରା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା: ୩୧୫ ସ୍ୱତନ୍ତ୍ର ଟ୍ରେନ, ଷ୍ଟେସନରେ ୧୫ ହଜାର ଭକ୍ତଙ୍କ ରହଣି ସୁବିଧା

ପୁରୀ: ପବିତ୍ର ରଥଯାତ୍ରା ପାଇଁ ରେଳବାଇ ତରଫରୁ ଯାତ୍ରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗତବର୍ଷ ପ୍ରାୟ ୧୧ ଲକ୍ଷ ଭକ୍ତଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଥିବା ବେଳେ ଚଳିତ ବର୍ଷ ୧୫ ଲକ୍ଷ ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ପୁରୀ ରେଳ ଷ୍ଟେସନଠାରେ ୧୫ ହଜାର ଲୋକ ଏକା ସାଙ୍ଗରେ ରହିବା ଭଳି ସେଡ ବ୍ୟବସ୍ଥା କରାଯାଇଛି ।

ଯାତ୍ରୀ ବା ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଭାବରେ ଟଏଲେଟ୍ ଓ ବାଥରୁମ କମ୍ପ୍ଲେକ୍ସ କରାଯାଇଛି । ସେପଟେ ଚଳିତ ବର୍ଷ ୩୧୫ ଟି ସ୍ବତନ୍ତ୍ର ଟ୍ରେନ ଗଡିବ । ୧୦ ବର୍ଷ ପୂର୍ବେ ଏହାର ସଂଖ୍ୟା ୮୭ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦିନକୁ ଦିନ ଏହି ବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ହୋଇଛି । ସେହିପରି ୨୫ ଜିଲ୍ଲାରୁ ଗଡିବ ସ୍ବତନ୍ତ୍ର ଟ୍ରେନ। ଦଶପଲ୍ଲା ,ନୟାଗଡ଼, ସୋନପୁର, କେନ୍ଦୁଝର, ବଲାଙ୍ଗୀର, ନୂଆପଡ଼ା, କେନ୍ଦ୍ରାପଡ଼ା ଭଳି ଷ୍ଟେସନରୁ ମଧ୍ୟ ଟ୍ରେନ ଗଡିବ। ଭକ୍ତମାନଙ୍କ ଆସିବା, ହୋଲ୍ଡି ଷ୍ଟେସନ ସମସ୍ତ ସ୍ଥାନକୁ ଯାଞ୍ଚ କରିଛନ୍ତି ମନ୍ତ୍ରୀ।

ଯାତ୍ରୀଙ୍କ ପାଇଁ ଚଳିତ ରଥଯାତ୍ରା ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଚାଲିବାକୁ ଥିବା ସ୍ୱତନ୍ତ୍ର ଟ୍ରେନରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଳାରୁ ମଧ୍ୟ ଯାତ୍ରୀ ଆସିବେ। ଯାତ୍ରୀଙ୍କୁ ପୁରୀକୁ ଓ ପୁରୀରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ଲକ୍ଷ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଅନ୍ୟପଟରେ ସେବାୟତ, ପୁରୀ ବାସୀ, ବୁଦ୍ଧିଜୀବୀମାନଙ୍କ ମତ ମଧ୍ୟ ନିଆଯିବ। ଦରକାର୍ ପଡିଲେ ବ୍ୟବସ୍ଥାରେ ଆହୁରି ଅଧିକ କିଛି ଆବଶ୍ୟକ ଥିଲେ ଯୋଗ ମଧ୍ୟ କରାଯିବ।

Leave A Reply

Your email address will not be published.