Latest Odisha News

BREAKING NEWS

‘୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ’ ବକୃତା ପ୍ରଦାନ କରିବେ ଜଁ ଡ୍ରେଜ୍

ଭୁବନେଶ୍ୱର : ସ୍ୱନାମଧନ୍ୟ ଅର୍ଥନୀତିଜ୍ଞ ତଥା ସମାଜସେବୀ ଜଁ ଡ୍ରେଜ୍ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ସନ୍ଧ୍ୟାରେ ‘୩୧ ତମ ଗୋପୀନାଥ ମହାନ୍ତି ସ୍ମାରକୀ’ ବକୃତା ପ୍ରଦାନ କରିବେ।

BjdElectrycity

ଡ୍ରେଜଙ୍କର ଏହି ବକୃତାର ସିଧା ପ୍ରସାରଣ ୟୁଟ୍ୟୁବ ମାଧ୍ୟମରେ ଆଜି ( ଅପ୍ରେଲ ୨୦) ଭାରତୀୟ ସମୟ ସନ୍ଧ୍ୟା ୬:୧୫ ସମୟରେ ଉପଲବ୍ଧ ହେବ। ଦେଶ ବିଦେଶରୁ ବହୁ ସାହିତ୍ୟିକ ଏହି ଆଭାସୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ସାହିତ୍ୟ ଜଗତରେ ଗୋପୀନାଥ ମହାନ୍ତି ଏକ ନୂତନ ଯୁଗର ଆରମ୍ଭ କରିଥିଲେ। ତାଙ୍କ ରଚନା ସମୂହରେ ବିଶେଷ ଭାବରେ ଆଦିବାସୀଙ୍କ ଜୀବନର ଘଟଣାବଳୀ ସବୁ ସ୍ଥାନ ପାଉଥିଲା। ତାଙ୍କ ପ୍ରମୁଖ ରଚନା ମଧ୍ୟରେ ପରଜା, ଦାଦିବୁଢ଼ା, ଅମୃତର ସନ୍ତାନ ଆଦି ଅନ୍ୟତମ। ୧୯୮୬ ରେ ସ୍ୱର୍ଗତଃ ମହାନ୍ତି ଆମେରିକାର ସାନେଜୋସ ୟୁନିଭରସିଟିରେ ସମାଜ ବିଜ୍ଞାନର ପ୍ରାଧ୍ୟାପକ ଭାବରେ ଯୋଗ ଦେଇଥିଲେ ଏବଂ ତାଙ୍କର ଶେଷ ଜୀବନ ସେଠାରେ ହିଁ କଟିଥିଲା ।

Leave A Reply

Your email address will not be published.