ମେକ୍ସିକୋ: ସମଗ୍ର ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି ଜଣେ ମହିଳା ନିଜ ଗୋଡ଼କୁ ୧୮୦ ଡ଼ିଗ୍ରୀ ବୁଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାଙ୍କର ଏହି ଗୋଡ଼କୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
ନ୍ୟୁ ମେକ୍ସିକୋରେ ରୁହନ୍ତି ୩୨ ବର୍ଷୀୟା ମହିଳା କେଲସି ଗ୍ରବ୍ । ଯେଉଁ କାମ ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ, ସେହି କାମ କେଲସି ଗ୍ରବଙ୍କ ପାଇଁ ବହୁତ ସହଜ ଅଟେ । ସେ ତାଙ୍କର ଦୁଇଟି ଗୋଡ଼କୁ ୧୮୦ ଡିଗ୍ରୀ ଘୂର୍ଣ୍ଣନ କରିପାରନ୍ତି । ଏଥିଲାଗି ସେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଏହାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ସେ ତାଙ୍କ ପାଦ ଓ ଆଙ୍ଗୁଠିକୁ ସଂପୂର୍ଣ୍ଣ ଘୂର୍ଣ୍ଣନ କରିଦେଉଥିବା ଦେଖିବାକୁ ମିଳିଛି ।
କେଲସି କୁହନ୍ତି, ଯେତେବେଳେ ତାଙ୍କର ଜଣେ ସହକର୍ମୀ ଏ ବିଷୟରେ କହିଲେ, ସେ ଚିନ୍ତା କଲେ ନିଜେ ଏପରି କଲେ କେମିତି ହେବ । ପରେ ମୁଁ ଚେଷ୍ଟା କରିବାରୁ ମୋ ଦୁଇଟି ଯାକ ଗୋଡ଼ ସମ୍ପୂର୍ଣ୍ଣ ଘୂରି ଯାଉଛି । ଏହାକୁ ବାରମ୍ବାର ଅଭ୍ୟାସ କରିବା ପରେ ଏବେ ବିଶ୍ୱ ରେକର୍ଡ଼ କରିଛି । ସେଥିଲାଗି ମୁଁ ଓ ପରିବାର ବହୁତ ଖୁସି ଅଛନ୍ତି ।
Comments are closed.