Latest Odisha News

BREAKING NEWS

୫୦୦୦ କଙ୍କଡା ବିଛା ସହ ୩୩ ଦିନ, କଲେ ରେକର୍ଡ଼

ଥାଇଲାଣ୍ଡ: ସାଧାରଣତଃ କଙ୍କଡ଼ା ବିଛାକୁ ଦେଖିଲେ ଲୋକେ ଭୟରେ ଦୌଡ଼ି ପଳାଇଥାନ୍ତି । କାରଣ କଙ୍କଡ଼ା ବିଚ୍ଛା ବେଶୀ ବିଷାକ୍ତ ହୋଇଥାନ୍ତି । ଏହା କାମୁଡ଼ିଲେ ଅଧିକ ଯନ୍ତ୍ରଣା ଦେଇଥାଏ । ଏମିତି କି କେବେ କେବେ କଙ୍କଡ଼ା ବିଛା କାମୁଡ଼ିବାରେ ଲୋକଙ୍କର ମୃତ୍ୟୁ ବି ହୋଇଥାଏ । କିନ୍ତୁ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ ଏହି ବିଷାକ୍ତ କଙ୍କଡା ବିଛାକୁ ଜମାରୁ ଭୟ କରନ୍ତି ନାହିଁ । ବରଂ ସେ ହଜାର ହଜାର କଙ୍କଡା ବିଛାଙ୍କ ସହ ଅନେକ ଦିନ ରହି ରେକର୍ଡ କରିଛନ୍ତି ।

ଥାଇଲାଣ୍ଡର ୩୯ ବର୍ଷୀୟା ମହିଳା କଞ୍ଚନା କେତକି । କଞ୍ଚନା ଗୋଟେ କି ଦୁଇଟି ନୁହେଁ ୫୦୦୦ କଙ୍କଡା ବିଛା ସହ ୩୩ ଦିନ ବିତାଇ ଗିନିଜ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ତାଙ୍କର ଏଭଳି ଦୁଃସାହସିକ କାମ ପାଇଁ ତାଙ୍କୁ ‘କୁଇନ୍ ଅଫ୍ ସ୍କର୍ପିଅନସ୍‌’ କୁହାଯାଏ । କେବଳ ଯେ ସେ ଏହି ବିଛା ସହ ରହିଛନ୍ତି ତାହା ନୁହେଁ, କଙ୍କଡା ବିଛାକୁ ନିଜ ମୁହଁ ଉପରେ ୩ ମିନିଟ ୨୮ ସେକେଣ୍ଡ ରଖି ଆହୁରି ଏକ ରେକର୍ଡ କରିଛନ୍ତି । ସେ ମୁଁହ ଉପରେ କଙ୍କଡା ବିଛା ରଖିବା ସହ ତାକୁ ପାଟି ଭିତରେ ବି ପୁରାଇ ପାରନ୍ତି । ତାଙ୍କର ଏଭଳି ଦୁଃସାହସ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ଖୁବ୍ ପ୍ରଶଂସା କରନ୍ତି । ସେ ଅନ୍ୟ ମହିଳାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହନ୍ତି ।

Comments are closed.