Latest Odisha News

BREAKING NEWS

ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା, ଅକ୍ଷୟ ମହାନ୍ତିଙ୍କ ଗୀତରେ ଝୁମିଲେ ଶ୍ରୋତା

ଭୁବନେଶ୍ୱର: ଆଜି ଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସନ୍ଧ୍ୟା । କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୋଟାରୀ କ୍ଲବ, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ଆୟୋଜନ କରଯାଇଥିଲା । ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶରତ ପାଣି, ଏମ ସୀମାଦ୍ରି, ପିଙ୍କୁ ଏବଂ ଆଲୋକ । ଏହି ଅବସରରେ ଗୀତ ଓ ରାଇମସ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ଆଜି ପୁରସ୍କୃତ କରଯାଇଥିଲା । ଏଥିସହିତ ଶିଶୁ କଣ୍ଠଶିଳ୍ପୀ ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟ ଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୩” ରେ ପୁରସ୍କୃତ କରଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଳିତ, ବିଭୁ ଦାସ, ବନ୍ଦିତା ଦାସ, ଇତିଶ୍ରୀ ଦୀକ୍ଷିତ ଆଦି ଯୋଗଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କର ସ୍ମୃତି ଚାରଣ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ଛବି ମାହାଲି, ମହିଳା ଓ ଶିଶୁ ବିଭାଗ ର ପରାମର୍ଶଦାତ୍ରୀ ମଧୁମିତା ଦାସ, ରୋଟାରିଆନ ଓ ଚେତନାର ମୁଖ୍ୟ ଡ. ନାରାୟଣ ପତି, ରୋଟାରିଆନ ଦିବ୍ୟରଞ୍ଜନ ଦାସ, କମ୍ୟୁନିଟି ରେଡିଓ ଆସୋସିଏସନ ଓଡିଶାର ସମ୍ପାଦକ ସୁବ୍ରତ ପତି ପ୍ରମୁଖ ଯୋଗ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ ର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ସମ୍ପାଦକ ରଞ୍ଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପିକକ୍ ର ରତ୍ନା ଦାଶ, ଅଳ୍ପନା ଦାସ, ପାଣୁ ବେହେରା, ହରିହର ବଳବନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜିର କାର୍ଯ୍ୟ କ୍ରମ କୁ ସଂଯୋଜନା କରିଥିଲେ ଦିଆ କିରଣ ଓ ସୌମ୍ୟ ପ୍ରିୟଦର୍ଶୀ ।

Leave A Reply

Your email address will not be published.