Latest Odisha News

BREAKING NEWS

ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ୨୩୮ ଲୋକାଲ କେସ୍ ସହ ୩୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ବିଏମ୍‌ସି ଅଂଚଳରୁ ୩୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୧୩ ଜଣ ରହିଥିବା ବେଳେ ୨୩୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୭୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ଝାରପଡା ଅଂଚଳରୁ ୧୪, ବରମୁଣ୍ଡାରୁ ୬, ପଟିଆରୁ ୫, ଚକେଇସିଆଣିରୁ ୫, ଅଶୋକ ନଗରରୁ ୪, ଗଙ୍ଗନଗରରୁ୪, କପିଳ ପ୍ରସାଦରୁ ୪, କଳିଙ୍ଗ ବିହାରରୁ ୪, ଖଣ୍ଡଗିରିରୁ ୪, ନୟାପଲ୍ଲୀରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୫୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୬୧୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୧୯୦୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୬୪ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.