Latest Odisha News

BREAKING NEWS

୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ପିପିଲି: ଜବତ ହୋଇଛି ଧଳା ଜହର। ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ଅବକାରୀ ବିଭାଗ। ରାଉରକେଲାରୁ ପୁରୀକୁ ବ୍ରାଉନ ସୁଗାର ଚାଲାଣ ସମୟରେ ପୁରୀ ଅବକାରୀ ବିଭାଗ ଏକ କାର୍ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ସୂଚନା ମିଳିଛି। ପରେ ଦୁଇ ଗିରଫଙ୍କୁ କୋର୍ଟ ଫରୱାର୍ଡ କରିଛି ଅବକାରୀ ବିଭାଗ। ଦୁଇ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ମୁସଲିମପଡ଼ାର ଇମାମ୍ ଅହମ୍ମଦ ରାଜା(୨୭) ଏବଂ ରାଉଲକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ମହମ୍ମଦ ଆବୁ ତଲହା(୨୯)। ଉଭୟଙ୍କଠାରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ଅବକାରୀ ବିଭାଗ ସୂଚନା ଅନୁସାରେ, ରାଉରକେଲାରୁ ପୁରୀକୁ ବ୍ରାଉନ ସୁଗାର ନେଇ ଆସୁଥିବା ବେଳେ ପୁରୀ ଅବକାରୀ ବିଭାଗ ଏକ କାର୍ ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁଇନ୍ଦା ସୂତ୍ରରୁ ଖବରପାଇ ପୁରୀ ଅବକାରୀ ବିଭାଗ ପିପିଲି ବାଇପାସ୍ ନିକଟରେ ବିଳମ୍ବିତ ରାତିରେ ଏକ କାରକୁ ଅଟକାଇ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ କାର୍ ଭିତରୁ ୩୭୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ଅଭିଯୁକ୍ତ ଇମାମ୍ ଅହମ୍ମଦ ରାଜା ଏବଂ ମହମ୍ମଦ ଆବୁ ତଲହାଙ୍କୁ ପୁରୀ ଅବକାରୀ ଟିମ୍ ଧରି କୋର୍ଟ ଫରୱାର୍ଡ କରିଛି।

Comments are closed.